ପୁରୀରେ ଟ୍ରେନ୍ ଆଗକୁ ଡେଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଏ ଘଟଣାରେ କଣ ପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ ସେନେଇ ତଦନ୍ତ କରୁଛି ରେଳବାଇ ପୋଲିସ । ଗତକାଲି ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଘଟିଥିଲା ଏମିତି ଏକ ଘଟଣା ।
ସୂଚନା ଅନୁସାରେ, ନିକଟସ୍ଥ ତାଳବଣିଆ ଲେଭଲ କ୍ରସିଂଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଥିଲା । କଣ ପାଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ ? ଏହି ଆତ୍ମହତ୍ୟା ପଛର କାରଣ କଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏଇଟା ସତରେ ଆତ୍ମହତ୍ୟା ନାଁ ୟା ପଛରେ କିଛି ବଡ଼ ଷଡ଼ଯନ୍ତ୍ର ରହିଛି ପୋଲିସ ଆଶଙ୍କା କରୁଛି । ଘଟଣାର ଭିତରକୁ ଗଲେ ଜଣାଯିବ କି , ଗତକାଲି ତାଳବଣିଆ ଲେଭଲ କ୍ରସିଂଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ରେଳ ଧାରଣାରୁ ଉଦ୍ଧାର ହୋଇଥିଲା ଦୁଇ ମୃତଦେହ । ଘଟଣା ସ୍ଥଳରେ ଜିଆରପି ଓ ଆରପିଏଫ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଦେଇଥିଲେ । ମୃତଦେହ ନିକଟରୁ ମୃତ ଯୁବକ ଓ ଯୁବତୀଙ୍କ ଆଧାର କାର୍ଡ , ଭୋଟର ପରିଚୟପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା । ସେମାନେ କାମକରୁଥିବା ସ୍ଥାନର ପରିଚୟପତ୍ରରୁ ଜଣାପଡିଛି ଯୁବତୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳର ତୃପ୍ତିମୟୀ ସାହୁ ।ସେଇଭଳି ମୃତ ଯୁବକ ଜଣକ ହେଲେ ଯତୀନ ଶେଖର ପାଢ଼ୀ । ମୃତ ଯୁବକଙ୍କ ଘର ମଧ୍ୟ କୋରାପୁଟ୍ ଜିଲ୍ଲା କୋଟପାଡ ଅଞ୍ଚଳର ବୋଲି ଜଣାପଡ଼ିଛି। ଏ ଘଟଣା ସମ୍ପର୍କରେ କୋଟ୍ପାଡ ଥାନାକୁ ଖବର ଦିଆଯାଇଛି । ସେମାନେ କ’ଣ ପାଇଁ ପୁରୀକୁ ଆସିଥିଲେ? କେବେଠାରୁ ଆସିଥିଲେ? ଆଉ ଉଭୟଙ୍କ ମଧ୍ୟରେ କେବଳ ପ୍ରେମସମ୍ପର୍କ ଥିଲା ନା ଆଉ କିଛି ? ଏ ସବୁ ତଦନ୍ତ କରାଯିବ ବୋଲି ଜିଆର୍ପି ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବାହୀନିପତି ସୂଚନା ଦେଇଛନ୍ତି ।
ପୋଲିସର ତଦନ୍ତ ଅନୁଯାୟୀ , ତୃପ୍ତି ଜଣେ ଵିବାହିତ ମହିଳା । ତାଙ୍କର ଗୋଟିଏ ଶିଶୁ ଥିବାର ମଧ୍ୟ ଜଣାପଡିଛି । ମୃତ ତୃପ୍ତିଙ୍କ ସ୍ୱାମୀଙ୍କର ସାଙ୍ଗଥିଲେ ଯତୀନ । ଉଭୟଙ୍କ ମଧ୍ୟରେ ମଧୁର ପ୍ରେମ ସମ୍ପର୍କ ଗଢିଉଠିଥିଲା ବୋଲି କୁହାଯାଉଛି । ପ୍ରେମ ସମ୍ପର୍କ କାରଣରୁ ଉଭୟ ଫେରାର ହୋଇଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାର ଛାନଭିନ କରୁଛି ।
ଆଗକୁ ପଢ଼ନ୍ତୁ :- ପ୍ରେମିକକୁ ଛୁରୀ ଭୁସିଲା ପ୍ରେମିକା : ପୋଲିସ ତଦନ୍ତ ଜାରି