ପ୍ରେମିକକୁ ଛୁରୀ ଭୁସିଲା ପ୍ରେମିକା। ପ୍ରେମ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ।ଏହି ସମ୍ପର୍କରେ ମନାନ୍ତର ମତାନ୍ତର ହୁଏ କିନ୍ତୁ ସେ ସବୁକୁ ଭୁଲିଯାଇ ପ୍ରେମ ବନ୍ଧନକୁ ଦୃଢ କରି ରଖିଥାନ୍ତି।ପୂର୍ବରୁ ଦିଲ୍ଲୀର ଘଟଣା ଚର୍ଚ୍ଚାରେଥିଲାବେଳେ ଏବେ ଆସିଛି ବେଙ୍ଗାଳୁରୁ ଏହି ଲୋମଟାଙ୍କୁରା କାହାଣୀ । ଗତ ମଙ୍ଗଳବାର ଦିନ ଘଟିଛି ଏଭଳି ଘଟଣା।ପ୍ରେମିକ ଛାତିରେ ଛୁରୀ ଭୁସି ହତ୍ୟା କଲା ପ୍ରେମିକା। ମୃତକ ପ୍ରେମିକ ଜଣକ କେରଳ ନିବାସୀ ଜାଭେଦ ଯାହାର ବୟସ ୨୯ବର୍ଷ। ତାଙ୍କର ଏକ ମୋବାଇଲ ମରାମତି ଦୋକାନ ଅଛି। ଅନ୍ୟପଟେ ଅଭିଯୁକ୍ତ ଜଣକ ରେଣୁକା ଯାହାର ବୟସ ୩୪ ବର୍ଷ। ରେଣୁକା କୌଣସି କାମ ନକରି ତାଙ୍କ ୫ ବର୍ଷର ଝିଅ ସହ ଘରେ ରହୁଥିଲେ।ଉଭୟ ଜାଭେଦ ଓ ରେଣୁକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲାବେଳେ ୩ ବର୍ଷରୁ ଅଧିକ ହେବ ସେ ଦୁହେଁ ଲିଭି-ଇନରେ ରହୁଥିଲେ।
ସୂଚନା ଅନୁଯାୟୀ ସେପ୍ଟେମ୍ବର ୨ରେ ବେଙ୍ଗାଳୁରୁ ସ୍ଥିତ ହୁଲିମାଭୁ ଅଞ୍ଚଳରେଥିବା ଏକ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲରେ ରିୟାଜ ନାମରେ ଫ୍ଲାଟବୁକ କରିଥିଲେ ଜାଭେଦ।ସେହି ଫ୍ଲାଟରେ ଜାଭେଦ ଓ ରେଣୁକା ରହୁଥିଲେ।ସେପ୍ଟେମ୍ବର ୫ ତାରିଖ ଦିନ ପପାଖପାଖି ୩ଟା ବେଳେ କୌଣସି କାରଣ ପାଇଁ ଦୁଇଜଣଙ୍କ ମଧ୍ୟରେ ଭୀଷଣଭାବରେ ବଚସା ହୋଇଥିଲା।ଏହା ଶୁଣିବା ପରେ ଆପାର୍ଟମେଣ୍ଟର ମ୍ୟାନେଜର ଘଟଣା ସ୍ଥଳକୁ ଆସିଲାବେଳକୁ ରେଣୁକାଙ୍କ କୋଳରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ଜାଭେଦ।ଏହା ଦେଖି ମ୍ୟାନେଜର ଭୟଭୀତ ହେବା ସହ କାରଣ ପଚାରିବାରୁ ରେଣୁକା ବ୍ୟକ୍ତିଗତ ମାମଲା କହି କଥାକୁ ଏଡାଇ ଦେବାକୁ ଚାହିଁଥିଲେ।ଆପାର୍ଟମେଣ୍ଟ ମ୍ୟାନେଜର ଅନ୍ୟଲୋକଙ୍କ ସହାୟତା ନେଇ ଜାଭେଦଙ୍କୁ ଡାକରାଖାନାରେ ଭର୍ତ୍ତି କରାଇଥିଲେ କିନ୍ତୁ ଅଧିକ ରକ୍ତସ୍ରାବ ଯୋଗୁ ଡାକ୍ତରଖାନାରେ ଜାଭେଦଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ଆପାର୍ଟମେଣ୍ଟ ମ୍ୟାନେଜର ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ।ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପଚାରଉଚରା କରିଥିଲେ।ଘଟଣାର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନଥିବାରୁ ପୋଲିସ ତଦନ୍ତ ଜାରି ରଖିଛି।