ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରା ମାଡ଼ । ସ୍କୁଲ ଯାଉଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ କଲା ଆଉ ଜଣେ ଛାତ୍ର । ପୁରୀ ପୋଲିସ ଲାଇନ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼ ।
ରେଡକ୍ରସ ରୋଡ୍ରେ ଆଉ ଜଣେ ଛାତ୍ର ଛୁରାମାଡ଼ କରିଥିବା ସୂଚନା ମିଳିଛି । ବାମ ହାତ ଓ ଛାତିରେ ଆକ୍ରମଣ ହୋଇ ଗୁରୁତର ହୋଇଛି ଛାତ୍ର ଜଣକ ।ସାମାନ୍ୟ ତିକ୍ତତାରୁ ଛାତ୍ରକୁ ଆକ୍ରମଣ ହୋଇଥିବା ସୂଚନା ମିଛି । ଛୁରାମାଡ଼ କରିଥିବା ଛାତ୍ର ବର୍ତମାନ ଫେରାର ରହିଛି । ଛୁରାମାଡ଼ ହୋଇଥିବା ଛାତ୍ର ଜଣକ କୁମାରପଡା ମଧୁବନ ଅଂଚଳର ବୋଲି ଜଣାପଡିଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :- ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର୍