ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବେପାର । ତେବେ ବିଞ୍ଝାରପୁର ଥାନା ଅଞ୍ଚଳରେ ଧଳାଜହର କାରବାର ଚାଲିଥିବା ନେଇ କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଜଣେ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଞ୍ଝାରପୁର ପୋଲିସ ।
ସୂଚନା ଅନୁଯାୟୀ ଦୀର୍ଘଦିନ ହେବ କେତେକ ଅସାମାଜିକ ଯୁବକ ବିଞ୍ଝାରପୁର ଅଞ୍ଚଳରେ ଧଳାଜହର କାରବାର ସହ ବିଞ୍ଝାରପୁର ଅଞ୍ଚଳର ଏକାଧିକ ବ୍ୟବସାୟୀଙ୍କୁ ଧଳାଜହର ଯୋଗା ଆସୁଥିଲେ । ଏହି ଖବର ସମ୍ପର୍କରେ ପୋଲିସ ଅବଗତ ହେବାପରେ ବିଞ୍ଝାରପୁର ଥାନା ଅଧିକାରି ଅଶୁଂମାଳା ଦାସ ଏବଂ ତାଙ୍କ ଟିମ ଅପରାଧୀଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଶନିବାର ରାତିରେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ କଏଣା ରଘୁନାଥପୁର ଅଞ୍ଚଳର ମୁଖ୍ୟ ରାସ୍ତାର ଅନତି ଦୂରରେ ଥିବା ଏକ ଇଟାଭାଟି ନିକଟରେ କିଛି ଯୁବକ ରୁଣ୍ଡ ହୋଇଥିବା ଦେଖି ପୁଲିସ ଟିମ ସହ ସେଠାରେ ଚଢାଉ କରିଥିଲେ । ଘଟଣାସ୍ଥଳରୁ ରଘୁନାଥପୁର ଗ୍ରାମର କୁଷ ମଲ୍ଲିକଙ୍କ ପୁଅ କୈଳାସ ମଲ୍ଲିକ କୁ ଗିରଫ କରିବା ସହିତ ତା ନିକଟରୁ ୭.୨୯୦ ଗ୍ରାମ ବ୍ରାଉନସୁଗାର ଜବତ କରି କେସ ନଂ ୧୩୯/୨୪ ଧାରା ୨୧ବି ଏନ.ଡି.ପି.ଏସ ଅନୁଯାୟୀ କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୮ ହଜାର ବୋଲି ଜଣାପଡିଛି।
ଅଧିକ ପଢନ୍ତୁ : ସିଂହଙ୍କ ନାମ ରଖି ଅଫିସର ନିଲମ୍ବିତ