ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଦାଦାବଟି ନ ଦେବାରୁ ଗାଡିଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଦୁର୍ବୁତ୍ତ ମାନେ । ଅପରାଧ ଘଟାଇ ରାଜରାସ୍ତା ରେ ବୁଲୁଛନ୍ତି ଅପରାଧୀ ।
ଏଭଳି ଏକ ଜ୍ୱଳନ୍ତ ଘଟଣା ସାମ୍ନା କୁ ଆସିଛି ଛୋଟନାଗପୁର ଗ୍ରାମରେ । ସୂଚନା ଅନୁସାରେ , ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଛୋଟନାଗପୁର ଗ୍ରାମରେ ଦାଦାବଟି ନ ଦେବାରୁ ଗାଡିଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୁତ୍ତ ମାନେ ଟଙ୍କା ଲୁଟିନେଇଛନ୍ତି । ସବୁବେଳେ ରାତି ସମୟରେ ଏହି ସ୍ଥାନରେ ଆତଙ୍କ ଖେଳାଉଛନ୍ତି ଅପରାଧୀମାନେ । ପୋଲିସର ଆଖିରେ ଧୂଳି ଦେଇ ଖସିଯିବାରେ ସଫଳ ହେଉଛନ୍ତି ଅପରାଧୀମାନେ । ଚୋରମାନେ ନୂଆ ନୂଆ ତରିକାରେ ଚୋରି କରି ଲୁଟୁଛନ୍ତି । ଯାହାର ଟେର ପାଉନି ପୋଲିସ । ଗତକାଲି ଜଣେ ଟ୍ରକ ଡ୍ରାଇଭର ଚିସ୍ପ ଆଣିବା ପାଇଁ ବାଲିଆପାଳ ମୁକାମ ବାଟ ଦେଇ ଯାଉଥିଲେ । କିଛି ବାଟ ଅତିକ୍ରମ କରିବା ପରେ ବାଇଗଣବାଡ଼ିଆ ପଞ୍ଚାୟତସ୍ଥିତ କାଳିକାପୁର ରାସ୍ତାରେ କିଛି ଦୁର୍ବୁତ୍ତମାନେ ହଠାତ ଡମ୍ପର ଡ୍ରାଇଭରଙ୍କ ଉପରେ ଆକ୍ରମଣ କରିଥିଲେ । ଛଅ ରୁ ସାତ ଜଣ ଦୁର୍ବୁର୍ତ୍ତ ଗାଡ଼ିକୁ ଅଟକାଇ ଡ୍ରାଇଭରକୁ ଦାଦା ବଟି ମାଗିଥିଲେ । ମାତ୍ର ଡ୍ରାଇଭର ଜଣକ କହିଥିଲେ ଯେ , ଭାଇ ମୁଁ ମାଲ୍ ଆଣିବା ପାଇଁ ଯାଉଛି , ଫେରିଲେ ଟଙ୍କା ଦେଇଦେବି ।
ଏତିକି କଥାରେ ଉତକ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତିମାନେ ଡ୍ରାଇଭରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ମିଳିତ ଭାବରେ ଡ୍ରାଇଭରକୁ ଗାଡ଼ି ଭିତରୁ ବାହାରକୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ । ଡମ୍ପର ଗାଡ଼ିର ସାମ୍ନାଭାଗ କାଚକୁ ସମ୍ପୂର୍ଣରୂପେ ଭାଙ୍ଗି ନଷ୍ଟ କରିଦେବା ସହିତ ଗାଡ଼ିର ଅନ୍ୟ ଆଡ଼େ ମଧ୍ୟ ଲୁହା ରଡ଼ରେ ବାଡ଼େଇ ଭାଙ୍ଗି ଦେଇଥିଲେ । ଡ୍ରାଇଭର ଜଣଙ୍କ ପାଖରେ ଚିପ୍ସ ଆଣିବା ପାଇଁ ଥିବା ୪୦,୦୦୦ ଟଙ୍କା ସହିତ ତାଙ୍କ ଡ୍ରାଇଭିଂ ଲାଇସେନ୍ସ,, ଆଧାରକାର୍ଡ଼ , ମନିପର୍ସରେ ଥିବା ଟ.୩,୦୦୦ ଟଙ୍କା ଓ ମୋବାଇଲ୍ ଇତ୍ୟାଦିକୁ ନେଇଯାଇଥିଲେ । ଡ୍ରାଇଭର ଜଣକ ବଡ଼ ପାଟି କରି ଚିତ୍କାର କରିଥିଲେ ଫଳରେ ଗ୍ରାମବାସୀମାନେ ତାଙ୍କ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ । ଏପଟେ ଗ୍ରାମବାସୀମାନଙ୍କୁ ଦେଖି ଦୁର୍ବୁର୍ତ୍ତମାନେ ଉକ୍ତ ଜିନିଷ ଧରିକି ଖସି ପଳାଇଥିଲେ । ଆହତ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଇଥିଲେ । ବର୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଲୁଟିନେଲେ କୋଟି କୋଟି ଟଙ୍କା