ମୋ ବିନା ଅନୁମତିରେ ଫିଲ୍ମ ନିର୍ମାଣ ହେଉଛି: ଏହାକୁ ବନ୍ଦ କରନ୍ତୁ, ନହେଲେ କୋର୍ଟର ଆଶ୍ରୟ ନେବି ଭୁବନେଶ୍ୱର, ସେପ୍ଟେମ୍ବର ୨୬(ଖବର ଓଡିଶା): Share story: ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ୱେବ୍ ସିରିଜ୍ ବିରୋଧରେ ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଜାଣତରେ ତାଙ୍କ ଜୀବନର କାହାଣୀ ଉପରେ ଏହି ୱେବ୍ ସିରିଜ୍ ତିଆରି ହେଉଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ସେ ଦୃଢ଼ ପ୍ରତିବାଦ କରିଛନ୍ତି। ତେବେ ୱେବ୍ ସିରିଜ୍ ର୍ନିମାଣକାରୀ ସଂସ୍ଥା ଅଞ୍ଜନାଙ୍କ ଅନୁମତି ନେଇନାହାନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣକାରୀ ସଂସ୍ଥା ୱେବ୍ ସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ତେବେ ର୍ନିମାଣ କରାଯାଉଥିବା ୱେବ୍ ସିରିଜ୍ ତୁରନ୍ତ ବନ୍ଦ ନକଲେ ଆଇନର ଆଶ୍ରୟ ନେବି ବୋଲି ଅଞ୍ଜନା କହିଛନ୍ତି। ଖବର ଓଡ଼ିଶା, Reporter, 26/09/2022