ପୁରୀ: ବାତ୍ୟା ଅକ୍ୱାନ ପାଇଁ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ୩ ଦିନ ପାଇଁ ଦର୍ଶନ ବନ୍ଦ ରହିବ । ଅତ୍ୟଧିକ ବର୍ଷା ଆଶଙ୍କା ଥିବାରୁ ୧୯ରୁ ୨୧ ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ବର୍ଷା ପାଇଁ ଶରଧାବାଲିରେ ମଧ୍ୟ ପ୍ରବେଶ ବନ୍ଦ ରଖାଯିବ ।
ବାତ୍ୟା ପାଇଁ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୧୯ ତାରିଖ ପାଇଁ ପୁରୀକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂରେ ରଖାଯାଇଛି । ୨୦ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ବାତ୍ୟା ପାଇଁ ଆଗାମୀ ତିନି ଦିନ ୧୯, ୨୦ ଓ ୨୧ ତାରିଖ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂରେ ରଖାଯାଇଛି । ଅନ୍ୟ ବାକି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି । ସେହିପରି ୨୦ ତାରିଖ ପାଇଁ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ ତାରିଖ ପାଇଁ ୧୩ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖ ପାଇଁ ବାକି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।