ଗୁଳିକରି ଦନ୍ତାକୁ ମାରିବା ଘଟଣା, ଆଉ ଦୁଇ ଜଣଙ୍କୁ ଗିରଫ କଲା ବନବିଭାଗ
Khabar Odisha:The-Forest-Service-arrested-two-more-people-in-connection-with-the-shooting
ଆଠଗଡ, ଜୁନ ୩୦(ଖବର ଓଡିଶା):

ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳି କରି ଦନ୍ତା ମୃତ୍ୟୁ ଘଟଣା । ଏହି ଘଟଣାରେ ବନ ବିଭାଗ ଆଉ ୨ ଜଣଙ୍କୁ ଗିରଫ କରିଛି । 

ଗିରଫ ଅଭିଯୁକ୍ତ ୨ ଜଣ ହେଲେ ନରସିଂହପୁର ଥାନା କାଠଖୁଣ୍ଟ ଗାଁର ବୃଦ୍ଧିମାନ ରାଉତ ଓ ଜୟପୁର ଅନନ୍ତ ପ୍ରସାଦ ଗାଁର ଜଳନ୍ଧର ନାୟକ । ତେବେ ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । 

ସୂଚନା ଅନୁସାରେ, ଜୟପୁର ଜଙ୍ଗଲରେ ଏକ ଦନ୍ତାକୁ ଶିକାରୀମାନେ ଗୁଳି କରିଥିଲେ । ଗୁଳିବିଦ୍ଧ ଅବସ୍ଥାରେ ହାତୀକୁ ବନ ବିଭାଗ ଠାବ କରିଥିଲେ । ପରେ ହାତୀର ଚିକିତ୍ସା ଆରମ୍ଭ ହୋଇଥିଲା । ହେଲେ ଦୀର୍ଘ ୯ ଦିନ ସଂଘର୍ଷ କରିବା ପରେ ହାତୀଟିର ମୃତ୍ୟୁ ହୋଇଥିଲା ।

  • Tags:

Subscribe

National International State Sports Entertainment