କୋଚିଂ ସେଣ୍ଟରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ : ମାଲିକ ଓ ଶିକ୍ଷକ ଫେରାର
Khabar Odisha:Suspicious-death-of-student-at-coaching-centre
ଖବର ଓଡିଶା : 13/03/2023

କୋଚିଂ ସେଣ୍ଟରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ | ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଏକ ଘରୋଇ କୋଚିଂ ସେଂଟରରେ | ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା କଂସାର ପଞ୍ଚାୟତ ଫୋରଡ଼ ଗାଁର ସୁବାସ ମୁଦୁଲିଙ୍କ ପୁଅ ସୁବ୍ରତ ମୁଦୁଲି । ସୁବ୍ରତ ଯୁକ୍ତ ଦୁଇର ଛାତ୍ର | ତେବେ ମୃତକ ସୁବ୍ରତଙ୍କ ବାପା ସୁବାସଙ୍କ ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ସୁବ୍ରତ ନିଜ ଘରକୁ ଯାଇଥିଲା ମାତ୍ର ସେଠାରେ ଗୋଟିଏ ଦିନ ରହିବା ପରେ ପରଦିନ ସକାଳ ୯ଟାରେ ସୁବାସ ପୁଅକୁ ଆଣି କୋଚିଂ ସେଣ୍ଟରରେ ଛାଡ଼ିଥିଲେ । ସେଦିନ ରାତି ସାଢ଼େ ୯ଟା ବେଳେ ସୁବାଷଙ୍କ ପତ୍ନୀଙ୍କ ଦେହ ଖରାପ ହେବାରୁ ସେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲକୁ ନେଇକି ଯାଇଥିଲେ । ଡାକ୍ତରଖାନାରେ ଥିବା ସମୟରେହିଁ କୋଚିଂ ସେଣ୍ଟରର ଶିକ୍ଷକ ପୁଅ ସୁବ୍ରତକୁ ମେଡିକାଲ୍ ନେଇ ଆସିଥିବା ଦେଖିବାକୁ ପାଇଥିଲେ ସୁବାସ । ପୁଅର କ’ଣ ହେଇଛି ବୋଲି ପଚାରିବାରୁ କୋଚିଂ ସେଣ୍ଟରର ଶିକ୍ଷକ କିଛି କହି ନଥିଲେ । ଏହାପରେ ଡାକ୍ତର ପୁଅକୁ ସେଠାରେ ମୃତ ଘୋଷଣା କରିଥିଲେ । ହଠାତ ପୁଅର ମୃତ୍ୟୁ ସ୍ୱାଭାବିକ ଭାବେ ସ୍ୱୀକାର କରିପାରୁନଥିବାରୁ ପୁଅର ଏପରି ମୃତ୍ୟୁକୁ ହତ୍ୟା ବୋଲି ସନ୍ଦେହ କରିଛନ୍ତି ସୁବ୍ରତଙ୍କ ପରିବାର ଲୋକ | ତେବେ ପୁଅର ଅସୁସ୍ଥ ଖବର ବାବଦରେ କୋଚିଂ ସେଣ୍ଟର ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବାରୁ ଘଟଣାଟି ସନ୍ଦେହ ଘେରକୁ ଆସିଛି | 

Subscribe

National International State Sports Entertainment