ବହୁଚର୍ଚ୍ଚିତ ଖଣି ଲିଜ୍ ଧାରୀ ସୁଶାନ୍ତ ବରାଡ଼ ଗିରଫ l ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଗତକାଲି ରାତିରେ ଚଢାଉ କରି ଗିରଫ କରିଛି ସ୍ୱତନ୍ତ୍ର ପୋଲିସ ଟିମ ।
ସୂଚନା ଅନୁଯାୟୀ, ମୟାଗଡ ଜିଲ୍ଲା ରଣପୁର ତହସିଲ ମୟୂରଝାଲିଆ ଖଣି ଲିଜଧାରୀ ହେଉଛନ୍ତି ସୁଶାନ୍ତ ବରାଡ । ଲିଜ ନେଇଥିବା ଖଣି ଠାରୁ ଅଧିକ ମାଙ୍କଡ଼ା ପଥର ଉତ୍ତୋଳନ କରିବାକୁ ନେଇ ଏନଜିଟିଙ୍କ ରାୟ ପରେ ୨ କୋଟି ୮୧ ଲକ୍ଷ ଟଙ୍କା ଜରିମାନା ସହ ରଣପୁର ତହସିଲ ପ୍ରଶାସନ ପକ୍ଷରୁ ଚାନ୍ଦପୁର ଥାନାରେ ତାଙ୍କ ସମେତ ବହୁ ସରକାରୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେହିଦିନ ଠାରୁ ଖଣି ଲିଜ୍ ଧାରୀ ସୁଶାନ୍ତ ବରାଡ଼ ଫେରାର ଥିଲା।