ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ
Khabar Odisha:Superstition-leads-murder-of-couple-in-Sundergarh
ସୁନ୍ଦରଗଡ଼, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା):

ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ନଙ୍ଗଳକଟା ଗ୍ରାମର କମଦପଦା ବସ୍ତିରେ ଘଟିଛି ଅଭାବନୀୟ ଘଟଣା । ବସ୍ତିର ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ କେହି ଦୁର୍ବୁତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରେ କୌଣସି ସଦସ୍ୟ ନଥିବା ବେଳେ ସ୍ୱାମୀ ପାରୁ ମୁଣ୍ଡା (୬୮) ଏବଂ ସ୍ତ୍ରୀ ମାଗଦଲି ମୁଣ୍ଡା (୬୪) ଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିବା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତକଙ୍କ ତିନି ପୁଅ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ମୃତକଙ୍କ ପୁତ୍ରବଧୁ ରବିବାର ସକାଳ ସମୟରେ ଗାଈ ଚରାଇବା ପାଇଁ ବାହାରକୁ ଚାଲି ଯାଇଥିଲେ । ଘରକୁ ଫେରିବା ପରେ ଶାଶୁଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ଘରର ବାହାରେ ପଡିଥିବା ବେଳେ ଶଶୁରଙ୍କ ମୃତ ଶରୀର ଘରର ଭିତରେ ପଡି ରହିଥିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ଏ ବିଷୟରେ ପୁତ୍ରବଧୁ ପଡେ଼ାଶୀଙ୍କୁ ଜଣାଇଥିଲେ ପରେ ସୋମବାର ସକାଳ ସମୟରେ କେ ବଲାଙ୍ଗ ଥାନାରେ ଘଟଣା ବିଷୟରେ ଜଣାଇବା ସହ ପରିବାର ତରଫରୁ ଏକ ମାମଲା ରୁଜୁ ହୋଇଥିଲା । ଖବର ପାଇ କେ ବଲାଙ୍ଗ ଥାନା ଅଧିକାରୀ ବିକାଶ ସ୍ୱାଇଁ , ବଣାଇ ଅତିରିକ୍ତ ଏସପି ମୁଜିବୁର ରେହେମାନ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଦୁଇଟି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଲହୁଣୀପଡା ସିଏଚସିକୁ ପଠାଇଥିବାର ସୂଚନା ମିଳିଛି । ଏପଟେ ଓଡିଶା ଏବଂ ଝାଡ଼ଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହୋଇଥିବା ବେଳେ ଗୁଣି ଗାରେଡି ସନ୍ଦେହରେ ଏଭଳି ହତ୍ୟାକାଣ୍ଡ ଘଟିଥାଇ ପାରେ ପୋଲିସ ସନ୍ଦେହ କରୁଥିବା ସହ ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବା ନିମନ୍ତେ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment