ସୁନ୍ଦରଗଡ ତସୁପଡା ଗାଁ ରେ ଅଭାବନୀୟ ଘଟଣା, ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
Khabar Odisha:Son-murder-his-Father-for-Family-disturbance-In-sundergarh
ସୁନ୍ଦରଗଡ, ମାର୍ଚ୍ଚ ୨୯ (ଖବର ଓଡ଼ିଶା):

ସୁନ୍ଦରଗଡ ତସୁପଡା ଗାଁ ରେ ଅଭାବନୀୟ ଘଟଣା । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସଦର ଥାନାର ତସୁପଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବାପା ରିମିସ୍ ଏକ୍କା(60) ଘରେ ଶୋଇଥିବା ସମୟରେ ପୁଅ ରଜତ ଏକ୍କା(27) ଏକ ଟାଙ୍ଗିଆରେ  ଚୋଟ ପକାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବାପା ରିମିସଙ୍କର ମୃତ୍ୟୁ ହୋଇଥିଲା।

 

ଘରୋଇ କଳିରୁ ବାପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ସୁନ୍ଦରଗଡ଼ ସଦର ଥାନା ପୁଲିସ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଅଭିଯୁକ୍ତ ପୁଅ ରଜତକୁ ଥାନାରେ ଅଟକ ରଖିବା ସହ ମୃତ ରିମିସ୍ ଏକ୍କାଙ୍କର ମୃତଦେହ ଜବତ କରି ବ୍ୟବେଚ୍ଛଦ ଲାଗି  ସୁନ୍ଦରଗଡ଼ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

  • Tags:

Subscribe

National International State Sports Entertainment