ତହସିଲ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ମାହାଙ୍ଗା ପଡିଲା ଲାଞ୍ଚ ନେବା । ପଟ୍ଟା କରାଇ ଦେବା ନିମନ୍ତେ ୧୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ହେମଲେଟ୍ ବାର୍ଲା ।
ସୂଚନ ଅନୁସାରେ ହେମଲେଟ୍ଙ୍କ ନାମରେ ଅଭିଯୋଗ କରିଥିବା ବ୍ୟକ୍ତି ୨୦୧୯ରେ ମ୍ୟୁଟେସନ୍ କେସ୍ରେ ପଞ୍ଜିକୃତ ହୋଇଥିବା ଜମିର ପଟ୍ଟା ନିମନ୍ତେ ଅଧିକାରୀଙ୍କ ନିକଟକୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହୋଇଥିଲେ । ଅଧିକାରୀ ଜଣକ ତାଙ୍କୁ ୨୦ ହଜାର ଟଙ୍କା ଦେଲେ ପଟ୍ଟା ପ୍ରଦାନ କରିବେ ବୋଲି କହିଥିଲେ । ଏହାପରେ ଅଭିଯୋଗକାରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ତେବେ ବୁଧବାର ମୁରିବାହାଲ ତହସିଲ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । ତବେ ରାଜସ୍ୱ ଅଧିକାରୀଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର ସହିତ ତାଙ୍କୁ ଗିରଫ କରାଯାଇ ବଲାଙ୍ଗିର ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ଅଣାଯାଇଛି । ଅନ୍ୟପକ୍ଷରେ ରାଜସ୍ୱ ଅଧିକାରୀ ଦ୍ୱିତୀୟ ଥର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଦେବଗଡରେ ଗଡ଼ିଲା ମୋଦୀ ଗ୍ୟାରେଣ୍ଟି ରଥ