ମହଙ୍ଗା ପଡ଼ିଲା ଲାଞ୍ଚ ନେବା, ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଲେ ପୋଲିସ୍ ବାବୁ
Khabar Odisha:Police-ASI-on-vigilance-net
ଭୁବନେଶ୍ୱର, ଜୁନ 20 ( ଖବର ଓଡ଼ିଶା):

 ମହଙ୍ଗା ପଡ଼ିଲା ଲାଞ୍ଚ ନେବା। 

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ୍ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍‌ କରିବା ପାଇଁ ASI ମଳୟ ରଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ସୂଚନା ପାଇଁ ଲୁଚି ରହିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ ଧରିଥିଲା। ଅଧିକ ପଚରାଉଚରା ପାଇଁ ASIଙ୍କୁ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ପଠାଯାଇଛି।

  • Tags:

Subscribe

National International State Sports Entertainment