15ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲେ ବାପା-ମା
Khabar Odisha:Parents-sold-their-15-day-old-baby-son
ଖବର ଓଡିଶା : 05/02/2023

15ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲେ ବାପା-ମା | ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଚର୍ଚ୍ଚିକା ବଜାରରେ | ଚର୍ଚ୍ଚିକା ବଜାରର ମୁଣ୍ଡା ସାହିରେ ଏକ 15 ଦିନର ଛୋଟ ଶିଶୁ ପୁତ୍ରକୁ ମାତ୍ର 10ହଜାର ଟଙ୍କାରେ ମା-ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ମା ସୀମା ସିଂ, ବାପା ଭୀମ ସିଂ ଛୁଆଟିକୁ ଜଣେ କୁକୁଡ଼ା ଦୋକାନି କୁ ବିକ୍ରି କରିଦେଇଛନ୍ତି । କେଉଁ କାରଣ ପାଇଁ ମା ବାପା ଛୋଟ ଶିଶୁ ପୁତ୍ରକୁ ବିକ୍ରି କରିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Subscribe

National International State Sports Entertainment