ଚୋରିର ନୂଆ ଉପାୟ : ଫେକ୍ ଅନଲାଇନ୍ ପେମେଣ୍ଟର ମେସେଜ୍ ଦେଖାଇ ଆଖି ଆଗରୁ ଲୁଟିନେଲେ
Khabar Odisha:Online-Fraud-in-Saree-shop-in-Rourkela

ରାଉଲକେଲା, ଜାନୁଆରୀ ୧୯ (ଖବର ଓଡ଼ିଶା): ଚୋରଙ୍କୁ ଧରିବା ପାଇଁ ପୋଲିସ୍ ଯେତେ ନୂଆ ନୂଆ ପନ୍ଥା ଆପଣେଇଲେ ବି ପୋଲିସ୍ କୁ ଚକମ୍‌ା ଦେବା ପାଇଁ ଚୋର ମଧ୍ୟ ବେଶ୍ ସଚେତନ । ଏଭଳି ଭିନ୍ନ ଭିନ୍ନ ଉପାୟରେ ଚୋରି କରାଯାଉଛି ଯେ ଚୋରଙ୍କୁ ଧରିବା ପୋଲିସ୍ ପକ୍ଷରେ ପୁରା ଅସମ୍ଭବ ହୋଇ ପଡୁଛି ।

ରାଉଲକେଲାରେ ହୋଇଛି ସେମିତି ଏକ ଲୁଟ୍ ଯେଉଁଥିରେ ଆଖି ଆଗରେ ଅତି ଭଦ୍ରାମି ସହିତ ଚୋର ଚୋରି କରି ନେଇଛନ୍ତି ।

ସୂଚନା ଅନୁସାରେ ରାଉଲକେଲାର ଏକ ଶାଢି ଦୋକାନରୁ ହୋଇଛି ୧୧ ହଜାର ୨୦୦ ଟଙ୍କାର ଅନଲାଇନ୍ ଲୁଟ୍ । ଲୁଟେରା ଆସିଲେ ଶାଢୀ କିଣିଲେ ଓ ଅନଲାଇନ୍ ପେମେଣ୍ଟ କରିବାକୁ କହି ଅନଲାଇନ୍ ପେମେଣ୍ଟ ମଧ୍ୟ କରିବାର ସବୁ ପ୍ରମାଣ ଦେଖାଇଲେ, ଦୋକାନୀଙ୍କ ପାଖକୁ ମେସେଜ ମଧ୍ୟ ଆସିଲା କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସିଲାନି ।

ତେବେ ଏଭଳି ଠକେଇର ଶିକାର ହେବା ପରେ ଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ୍ ମଧ୍ୟ ସିସିଟିଭି ଫୁଟେଜ୍ ଆଧାରରେ ଅନଲାଇନ୍ ଠକ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

  • Tags:

Subscribe

National International State Sports Entertainment