ଗାଜୀପୁର: ଉତ୍ତର ପ୍ରଦେଶର ଗାଜୀପୁରରେ ଦୁଇ କନେଷ୍ଟବଳ ଜେଭେଦ ଖାନ ଓ ପ୍ରମୋଦ କୁମାରଙ୍କ ହତ୍ୟାରେ ସଂପୃକ୍ତ କୁଖ୍ୟାତ ଅଭିଯୁକ୍ତ ଜାହିଦ ଏନ୍କାଉଣ୍ଟରରେ ନିହତ ହୋଇଛି। ଏସ୍ଟିଏଫ୍ର ନୋଇଡା ଶାଖା ଓ ଗାଜୀପୁର ପୁଲିସର ମିଳିତ ଅପରେଶନ ବଳରେ ଅଭିଯୁକ୍ତର ଉପରେ ଏନ୍କାଉଣ୍ଟର କରାଯାଇଛି। ଏନ୍କାଉଣ୍ଟର ବେଳେ ଅଭିଯୁକ୍ତର ଶରୀରରେ ଗୁଳି ବାଜିଥିଲା। ତାକୁ ଗରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ମହମ୍ମଦ ଜାହିଦ ମଦ ଚାଲାଣର ଏକ ଗ୍ୟାଙ୍ଗ ସହିତ ଜଡ଼ିତ ଥିଲା। ନୋଏଡା ଏସ୍ଟିଏଫ୍ ଓ ଗାଜୀପୁର ପୁଲିସର ଏକ ଯୁଗ୍ମ ଅପରେଶନ ବେଳେ ଏନ୍କାଉଣ୍ଟରରେ ଗୁରୁତର ଆହତ ହୋଇଥିଲା। ଏହି ଏନ୍କାଉଣ୍ଟର ଗାଜୀପୁରର ଦିଲଦାରନଗର ଥାନା ଅଞ୍ଚଳରେ ହୋଇଥିଲା। ଜାହିଦ ଗତ ଅଗଷ୍ଟ ମାସରେ ୧୯-୨୦ ତାରିଖ ରାତିରେ ବାଡମେର-ଗୁଆହାଟୀ ଏକ୍ସପ୍ରେସ୍ ଟ୍ରେନ୍ରେ ଆରପିଏଫ୍ର ୨ ଜଣ ଯବାନଙ ଜାଭେଦ ଖାନ ଓ ପ୍ରମୋଦ କୁମାରଙ୍କୁ ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା। ଏହା ପରେ ପୁଲିସ ଜାହିଦ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।
ଏସ୍ଟିଏଫ୍ର ଏଡିଜି (ଲ ଆଣ୍ଡ ଅର୍ଡର) ଅମିତାଭ ୟଶ କହିଛନ୍ତି ଗତ ଅଗଷ୍ଟ ୧୯-୨୦ ତାରିଖ ରାତିରେ ୨ ଜଣ ଆରପିଏଫ୍ କନେଷ୍ଟବଳ ଜାଭେଦ ଖାନ ଓ ପ୍ରମୋଦ କୁମାର ବାଡମେର-ଗୁଆହାଟୀ ଏକ୍ସପ୍ରେସ (୧୫୬୩୧)ରେ ବେଆଇନ ମଦ ଚାଲାଣ ଅଟକାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ମଦ ଚାଲାଣକାରୀମାନେ ଉଭୟ କନେଷ୍ଟବଳଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ଚଳନ୍ତା ଟ୍ରେନ୍ରୁ ୨ କନେଷ୍ଟବଳଙ୍କୁ ଫିଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ୨ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିଲା। ଆରପିଏଫ୍ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଥିଲା। ମାମଲା ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ ଜାରି ରଖିଥିଲା।
ଅଧିକ ପଢ଼ନ୍ତୁ: ୮୭୨ କୁଖ୍ୟାତ ଅପରାଧୀଙ୍କୁ ଜେଲ ପଠାଇଲା ଏସ୍ଟିଏଫ୍