ନୂଆଦିଲ୍ଲୀ, ଡିସେମ୍ବର ୦୧ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଶାଲୀମାର ବାଗ୍ ଅଞ୍ଚଳରେ ଜଣେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଉଥିବାର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି। ଏହି ମାମଲା ଗତ ୧୯ ତାରିଖରେ ହୋଇଥିବା ଜଣାଯାଇଛି। ମହିଳାଙ୍କୁ ମାଡ଼ ମରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ମାଡ଼ ଖାଇଥିବା ମହିଳା ଜଣକ ଆମ୍ ଆଦମୀ ପାର୍ଟି (ଆପ୍)ର ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି।
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ମହିଳାଙ୍କ ସହିତ କିଛି ପୁରୁଷ ପୀଡିତାଙ୍କ ଉପରେ ଠେଙ୍ଗାରେ ମାଡ଼ ମାରୁଛନ୍ତି। ମହିଳାଙ୍କୁ ଏଭଳି ଭାବେ ମାଡ଼ ମରାଯାଇଛି ଯେ, ସେ ଠିଆ ହେବାକୁ ବଳ ପାଉ ନଥିଲେ। ଗତ ମଙ୍ଗଳବାର ଯେତେବେଳେ ସେ ହୁଇଲ ଚେୟାରରେ ବାହାରକୁ ଆସିଥିଲେ, ଏହା ପୂର୍ବରୁ ସିସିଟିଭି ଫୁଟେଜ ବାହାର କରିଥିଲେ।
ଭିଡିଓ ଭାଇରାଲ ହୋଇଥିବା ବେଳେ ପୀଡିତ ଆମ ଆଦମୀ ପାର୍ଟିର ଶାଲୀମାର ବାଗ ବିଧାୟକ ବନ୍ଦନା କୁମାରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆଣିଛନ୍ତି। ପୋଲିସ ଏହି ମାମଲାରେ ୨ ଜଣ ମହିଳାଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।