ଉତ୍ତର ପ୍ରଦେଶ: ଆମେଥୀରେ ଗ୍ରାମ ପ୍ରଧାନଙ୍କ ବାଇକ୍ ରାଲିରେ ବାଜିଲା ଗୀତ, ମାମଲା ରୁଜୁ
Khabar Odisha:Nation-UP-Amethi-gram-pradhan-Imran-Khan-Naya-Pakistan-Aaya-song-bike-rally

ଆମେଥୀ, ମେ ୦୭ (ଖବର ଓଡ଼ିଶା): କରୋନା ଭାଇରସ ସଂକଟ ସମୟରେ ଦେଶ ସଂକଟ ସମୟ ଦେଇ ଗତି କରୁଥିବା ବେଳେ ଉତ୍ତର ପ୍ରଦେଶର ଆମେଥୀର ରାମଗଂଜରେ ଏକ ନବନିର୍ବାଚିତ ଗ୍ରାମ ପ୍ରଧାନ ଦ୍ୱାରା ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରା ସମୟରେ ଆପତ୍ତିଜନକ ଗୀତ ବାଜିବାରୁ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । 

ଆମେଥୀ ଜିଲ୍ଲାର ରାମଗଂଜ ଥାନା ଅଂଚଳରେ ଥିବା ମଂଗରା ଗାଁରେ ନବନିର୍ବାଚିତ ଗ୍ରାମ ପ୍ରଧାନ ଇମରାନ ଖାନ ନିର୍ବାଚନ ଜିତିବା ପରେ ନିଜେ ଖୁସିରେ ଏକ ବାଇକ ରାଲି ବାହାର କରିଥିଲେ । ଶୋଭାଯାତ୍ରାରେ ଚାରି ଚକିଆ ବାହାନ ମଧ୍ୟ ବାହାରିଥିଲା । ହାଇକୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲଗାଯାଇଥିବା କଟକଣାକୁ ଇମରାନ ଖାନ ଉଲ୍ଲଂଘନ କରିଥିଲେ । ଶୋଭାଯାତ୍ରାରେ ଗୀତ ବାଜିଥିଲା ଏବଂ ଏହାର ଭିଡିଓ କରାଯାଇଥିଲା । ଭିଡିଓରୁ ଜଣାପଡ଼ିଛି ଯେ ଏଥିରେ ଏକ ‘ନୟା ପାକିସ୍ତାନ ଆୟା, ଦେଖୋ ଇମରାନ ଖାନ ଆୟା’ ଗୀତ ବାଜିଥିଲା । 

ଶୋଭାଯାତ୍ରା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗ୍ରାମାଂଚଳର ଲୋକେ ବିରକ୍ତି ପ୍ରକାଶ କରିଥିଲେ । ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ପୂରା ମାମଲାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment