ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ଅଭିଯୋଗ, ପୋଲିସ ଏଏସ୍‌ଆଇ ଗିରଫ
Khabar Odisha:Nation-Ghazipur-of-Uttar-Pradesh-police-arrested-ASI-who-threat-CM-Yogi-Adityanath-facebook-post

ନୂଆଦିଲ୍ଲୀ, ମେ ୦୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୋସିଆଲ ମିଡିଆରେ ଗୁଳିମାରିବା ଧମକ ଅଭିଯୋଗରେ ଜଣେ ଏଏସଆଇକୁ ପୋଲିସ ଗିରଫ କରିଛି । ଗାଜିପୁର ପୋଲିସ ଏଏସଆଇକୁ ଗିରଫ କରିଛି । ସଂପୃକ୍ତ ଏଏସଆଇ ଗତ ଏପ୍ରିଲ ୨୪ରେ ଫେସବୁକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଥିଲା । 

ଗାଜିପୁର ଏସ୍‌ପି ଡ. ଓମପ୍ରକାଶ ସିଂହ ଘଟଣାର ତଦନ୍ତ କରିବା ସହ କହିଛନ୍ତି, ଏଏସଆଇ ତନବୀର ଖାନକୁ ଗିରଫ କରାଯାଇଛି । ସେ ଗାଜିପରୁସ୍ଥିତ ଦିଲଦାରନଗରରେ ରହୁଥିଲେ ଏବଂ ବିହାରର ନାଳନ୍ଦାରେ ପୋଲିସ ବିଭାଗରେ ମୁତୟନ ଥିଲେ । ଅଭିଯୋଗ ହୋଇଛି ଯେ, ତନବୀର ଖାନ ଏପ୍ରିଲ ୨୪ରେ ନିଜର ଫେସବୁକ ପେଜରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରମଜାନରେ ଖାଉଟି ସାମଗ୍ରୀ ନେଇ ଅଭଦ୍ର ଟିପ୍ପଣୀ ଦେଇଥିଲେ । 

ଉତ୍ତର ପ୍ରଦେଶ ପୋଲିସକୁ ଅଭିଯୋଗ ମିଳିବା ପରେ ପୋଲିସ ଏହାକୁ ଗୁରୁତର ସହିତ ନେଇଥିଲା । ପୋଲିସ ଏହି ଫେସବୁକର ତଦନ୍ତ କରିଥିଲା । ଏଥି ସହିତ ପୋଲିସ ନାଳନ୍ଦା ପହଞ୍ଚିଥିଲା ଏବଂ ସ୍ଥାନୀୟ ପୋଲିସର ସହଯୋଗରେ ତନବୀରଙ୍କୁ ଗିରଫ କରିଥିଲା । 

 

  • Tags:

Subscribe

National International State Sports Entertainment