ଅନୈତିକ ସଂପର୍କ ସନ୍ଦେହରେ ପତ୍ନୀଙ୍କୁ ଗୁଳିମାଡ଼, ୫ ଘଣ୍ଟା ଅପେକ୍ଷା କରିଥିଲା ସ୍ୱାମୀ
Khabar Odisha:Nation-Delhi-suspect-of-illegal-relations-waited-for-5-hours-then-shot-his-wife

ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଗତ ୨୬ ତାରିଖରେ ଦିଲ୍ଲୀର ଉତ୍ତମ ନଗରରେ ମହିଳାଙ୍କୁ ଗୁଳି କରାଯିବା ଘଟଣାରେ ପୋଲିସ ସ୍ୱାମୀଙ୍କୁ ଗିରଫ କରିଛି । ପୋଲିସ କହିବା ଅନୁସାରେ ସ୍ୱାମୀଙ୍କୁ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା । ଘଟଣା ଦିନ ସେ ପତ୍ନୀଙ୍କୁ ଗୁଳି କରିବା ଲାଗି ଦୀର୍ଘ ୫ ଘଣ୍ଟା ଯାଏଁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅପେକ୍ଷା କରିଥିଲା । ପତ୍ନୀ ଯେତେବେଳେ ବାହାରକୁ ବାହାରିଛି, ହଠାତ ବନ୍ଧୁକ ଚଳାଇଥିଲା । ଏବେ ମହିଳାଙ୍କ ଚିକିତ୍ସା ଚାଲିଛି । 

ଦ୍ୱାରକା ଡିସିପି ସନ୍ତୋଷ କୁମାର ମୀନା କହିଛନ୍ତି ସ୍ପେଶାଲ ଷ୍ଟାଫର ଟିମ ଉତ୍ତମ ନଗର ପୋଲିସ ଥାନାର ଟିମ ସହିତ ମିଶି ଏହି ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ପୋଲିସ କହିବା ଅନୁସାରେ ୩୯ ବର୍ଷୀୟ ପ୍ରମିଳା ହସ୍ତସାଲ ବିହାର ଉତ୍ତମ ନଗରରେ ରହୁଥିଲେ । ଗତ ୨୬ ତାରି ଦିନ କେହି ଜଣେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ । ଏହି ଟିମ୍ ନିକଟସ୍ଥ ସିସିଟିଭି କ୍ୟାମେରାର ଫୁଟେଜରୁ ଏବେ ଜାଣିବାକୁ ପାଇଛନ୍ତି ଯେ, ଅଭିଯୁକ୍ତ ହେଉଛନ୍ତି ପୀଡ଼ିତାଙ୍କ ସ୍ୱାମୀ । 

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ କାସଗଂଜ ଓ ଆଲଗଡ଼ରେ ଚଢ଼ାଉ କରିଥିଲା । ମାର୍ଚ୍ଚ ୨୯ରେ ପୋଲିସକୁ ସୂଚନା ମିଳିଥିଲା ଯେ, ଅଭିଯୁକ୍ତ ଆସୁଛି । ଟ୍ୟାପ୍ ଲଗାଇ ତାକୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ରାମବୀର (୪୩)କୁ ନିଜର ପତ୍ନୀଙ୍କ ଚରିତ୍ର ପ୍ରତି ସନ୍ଦେହ ଥିଲା । ସେଥିପାଇଁ ଉଭୟଙ୍କ ମଧ୍ୟରେ କଳିକଜିଆ ଲାଗି ରହୁଥିଲା । ତେଣୁ ସେ ୧ ବର୍ଷ ହେବ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲା । ଗତ ମାସ ସେ ପତ୍ନୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା । 

 

  • Tags:

Subscribe

National International State Sports Entertainment