ବହୁଚର୍ଚ୍ଚିତ ବାଙ୍କା ଓରଫ ନବଘନ ପାଟ୍ଟଶାଣୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ଦୀର୍ଘ ୧୫ ଦିନ ପରେ ୨ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକୁ ଖୁବଶୀଘ୍ର ରିମାଣ୍ଡରେ ଆଣି ପୋଲିସ ଜେରା କରିବ।
ସୂଚନା ଅନୁଯାୟୀ ଗତ ଜୁଲାଇ ୨୦ ତାରିଖରେ ବାଙ୍କାର ମୃତଦେହ ଗୋବିନ୍ଦପୁରର ଏକ ନଦୀରୁ ମିଳିଥିଲା । ବାଙ୍କା ୧୭ ତାରିଖରୁ ଘରୁ ଯାଇ କେଉଁଆଡେ ନିଖୋଜ ଥିବା ନେଇ ପରିବାର ଲୋକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଗୋବିନ୍ଦପୁର ପୋଲିସ ଏକ ଅପରିଚିତ କ୍ଷତବିକ୍ଷତ ମୃତଦେହକୁ ନେଇ ଅପମୃତ ମାମଲା ରୁଜୁ କରିଥିଲା । ମାମଲା ପରେ ମୃତଦେହକୁ ଗୋବିନ୍ଦପୁର ପୋଲିସ ମାଟିରେ ପୋତି ଦେଇଥିଲେ । ଶେଷରେ ୩୦ ତାରିଖ ଦିନ ପରିବାର ଲୋକଙ୍କୁ ପୋଲିସ ଫଟୋ ଦେଖାଇଥିଲା । ପରିବାର ଲୋକେ ବାଙ୍କାର ମୃତଦେହ ଫଟୋ ଚିହ୍ନଟ କରିବା ପରେ ଘଟଣା ମୋଡ ନୂଆ ନେଇଥିଲା । ଗୋବିନ୍ଦପୁର ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ମାଟି ତଳୁ ବାଙ୍କାର ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତି ଙ୍କୁ ଗିରଫ କରିଛି । ଏମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକ । ଟଙ୍କା କାରବାରକୁ ନେଇ ବଣ୍ଟି ନବଘନ ଓରଫ ବାଙ୍କାକୁ ହତ୍ୟା କରିଥିଲା । ହୋଟେଲ୍ ରୁମ୍ରେ ଛୁରି ଭୁସି ହତ୍ୟା କରି ଇନୋଭା କାର ସାହାଯ୍ୟ ପରେ ଗୋବିନ୍ଦପୁରରେ ଫିଙ୍ଗିଥିଲେ । ମୃତଦେହ ବୁହାହୋଇଥିବା ଇନୋଭା କାର୍ ଜବତ ହୋଇଥିବା ସୂଚନା ଦେଇଛନ୍ତି କମିଶନର ସଞ୍ଜୀବ ପଣ୍ଡା ।