ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଘଟଣାରେ ୨ ଗିରଫ
Khabar Odisha:Millions-of-dollars-worth-of-brown-sugar-were-confiscated
ଟାଙ୍ଗୀ, ନଭେମ୍ବର ୨୯(ଖବର ଓଡିଶା):

ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ-ବୋଡଙ୍ଗରା ଅଞ୍ଚଳରୁ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି । ଉକ୍ତ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର କାରବାର ଚାଲିଥିବା ଖବର ପାଇବା ପରେ ନିରାକାରପୁର ପୋଲିସ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା । 

ଚଢାଉ ସମୟରେ ୨ ଜଣ ଯୁବକଙ୍କ ନିକଟରୁ ୨୧.୨୦୦ ଗ୍ରାମ ଓଡନର ବ୍ରାଉନସୁଗାର ପୋଲିସ ଜବତ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । 

ଏହାସହିତ ବେପାରୀମାନଙ୍କ ଠାରୁ ଗୋଟିଏ ହିରୋ ଗ୍ଲାମର ମଟର ସାଇକେଲ, ନଗଦ ୫ ହଜାର ଟଙ୍କା ପୋଲିସ ଜବତ କରିଛି । ଗିରଫ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରୀଆ ଗାଁର ବଟକୃଷ୍ଣ ମାର୍ଥା ଏବଂ ଟାଙ୍କୋଳ ଗାଁର ଦିଲ୍ଲୀପ ପ୍ରଧାନ ।   

  • Tags:

Subscribe

National International State Sports Entertainment