ଲୋମହର୍ଷଣ କାରୀ ହତ୍ୟା: ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ଏବଂ ରାଜସ୍ଥାନରୁ ଶବ ଉଦ୍ଧାର
Khabar Odisha:Massacre-Kidnapping-from-Delhi-murder-in-Madhya-Pradesh-and-recovery-of-body-from-Rajasthan
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭(ଖବର ଓଡିଶା):

ଦିଲ୍ଲୀରୁ ଅପହରଣ କରାଗଲା । ମଧ୍ୟପ୍ରଦେଶରେ ହତ୍ୟା କରାଗଲା ଏବଂ ରାଜସ୍ଥାନରୁ ଶବ ଉଦ୍ଧାର ହେଲା । ଏପରି ଜଘନ୍ୟ ଲୋମହର୍ଷଣକାରୀ ହତ୍ୟା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ୨ ଜଣ ହେଲେ ୟୁପିର ପ୍ରେମୀ ଯୁଗଳ । ଯୁବକଙ୍କ ମୃତଦେହ ମଧ୍ୟପ୍ରଦେଶରେ ପକାଯାଇଥିବା ବେଳେ ରାଜସ୍ଥାନରେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଛାତିଥରା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ଉତ୍ତରାଞ୍ଚଳ ପୋଲିସ । 

ପୋଲିସର ସୂଚନା ଅନୁସାରେ, ପ୍ରେମୀଯୁଗଳ ପ୍ରଥମେ ପରିବାର ଲୋକଙ୍କୁ ବିବାହ ପାଇଁ ମନାଇବାକୁ ଚେଷ୍ଟା କରିଥିଲେ । ହେଲେ ପରିବାର ଲୋକେ ନମାନିବାରୁ ସେମାନେ ଜୁଲାଇ ୩୧ ତାରିଖରେ ଘର ଛାଡି ଦିଲ୍ଲୀ ଫେରାର ହୋଇଯାଇଥିଲେ । ଏହାର କିଛିଦିନ ପରେ ପରିବାର ଲୋକେ କୌଣସି ମତେ ଖବର ପାଇଁ ଉଭୟଙ୍କୁ ଦିଲ୍ଲୀରୁ ଅପହରଣ କରିନେଇଥିଲେ । 

ପରିବାର ଲେକେ ପ୍ରେମୀଯୁଗଳଙ୍କୁ ମଧ୍ୟପ୍ରଦେଶକୁ ନେଇଯାଇଥିଲେ । ସେହି ବାଟରେ ପ୍ରେମିକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ । ଅନ୍ୟପଟେ ନାବାଳିକାକୁ ରାଜସ୍ଥାନ ନେବା ବାଟରେ ହତ୍ୟା କରି ଫିଙ୍ଗି ଦେଇଥିଲେ । ଏକ ରସିରେ ମହିଳାଙ୍କ ଗଳାକୁ ଭିଡି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ଝିଅର ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment