କଟକ: ଦୀର୍ଘ ତିନି ବର୍ଷ ପରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏକ ବଡ ରାୟ ଆସିଛି। ସାଲେପୁର ଅତିରିକ୍ତ ଜିଲ୍ଲା ଅଦାଲତ ଆଜି ଏ ସଂକ୍ରାନ୍ତରେ ୯ ଆସାମୀଙ୍କୁ ଆଜୀବନ କାରାଦଣ୍ଡାଦେଷ ଦେଇଛନ୍ତି। ଏହା ସହିତ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି।
ସୂଚନାଯୋଗ୍ୟ ବିଜେପି ନେତା କୁଳମଣି ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥରାଶୀରେ ବିଜେଡି ନେତାମାନେ ଦୁର୍ନୀତି କରୁଥିବା ଘଟଣାକୁ ନେଇ ସ୍ଵର ଉତ୍ତୋଳନ କରିଥିଲେ। ୨୦୨୧ ଜାନୁଆରୀ ମାସରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସାଥି ଦିବ୍ୟସିଂହ ବରାଳଙ୍କୁ କଟକ ଜିଲ୍ଲା ମାହାଙ୍ଗା ନିକଟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏ ସଂକ୍ରାନ୍ତରେ ନେତାଙ୍କ ପରିବାର ଲୋକ ବିଜେଡି ନେତା ପ୍ରତାପ ଜେନାଙ୍କ ହତ୍ୟାକାଣ୍ଡ ସହିତ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଥିଲେ। ତେବେ ପ୍ରତାପ ଜେନା ଏ ସଂକ୍ରାନ୍ତରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ। ଏହାପରେ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ପରବର୍ତ୍ତୀ ସମୟରେ ପ୍ରତାପ ଜେନାଙ୍କ ନାମ ଚାର୍ଜସିଟରୁ ବାଦ ପଡିଥିଲା।