ମଦ ମାଫିଆଙ୍କୁ ସୁହାଉଛି ଲକ୍ ଡାଉନ୍ ପାଗ, ରାଜଧାନୀରେ ଚାଲିଛି ନକଲି ମଦ କାରବାର
Khabar Odisha:Low-quality-liqour
ଭୁବନେଶ୍ୱର, ଏପ୍ରିଲ 17( ଖବର ଓଡ଼ିଶା):

 ଲକ୍‌ଡାଉନ୍ ପରଠାରୁ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ  ବନ୍ଦ୍ ରହିଛି । କିନ୍ତୁ ବଢ଼ି ଯାଇଛି ଚୋରା ମଦ କାରବାର । କେଉଁଠି ଦୋକାନରୁ ମଦ ଚାଲାଣ ହେଉଛି ତ ଆଉ କେଉଁଠି ଚୋରା ବେପାରୀ ଆଗୁଆ ମଦ ଗଚ୍ଛିତ ରଖି ବିକ୍ରି କରୁଛି। 

ରାଜଧାନୀ ସମେତ ରାଜ୍ୟର କେତେକ ସ୍ଥାନରେ ପୋଲିସ ବିଦେଶୀ ମଦ ଜବତ କରିବା ଚୋରା ମଦ କାରବାର ସ୍ପଷ୍ଟ ହୋଇଯାଇଛି।  ନକଲି ଅପମିଶ୍ରିତ ମଦ ଚୋରା କାରବାର ଚାଲିଛି । ଲକ ଡାଉନ୍ ପାଇଁ ଅଭ୍ୟାସଗତ ମଦୁଆ ଚୋରାରେ ମଦ କିଣୁଛନ୍ତି । ରାଜଧାନୀ ଭୁବନେଶ୍ଵରର କେତେକ ଅଞ୍ଚଳ ଏବେ ଚୋରା ମଦ କାରବାର ଆଡ୍ଡା ପାଲଟିଛି। ଚୋରା ମଦ ବେପାରୀଙ୍କୁ ଲକ ଡାଉନ୍ ପାଗ ଭଲ ମିଳିଛି । ୧୫୦ ଟଙ୍କାର ମଦ ୫୦୦ ଟଙ୍କାରେ ବିକ୍ରି ଚାଲିଛି। ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବେପାର । ବିପୁଳ ପରିମାଣର ନକଲି ମଦ ତିଆରି କରି ରାଜଧାନୀକୁ ଚୋରା ଚାଲାଣ କରାଯାଉଛି।

 ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ପିପିଲି, ବଳଙ୍ଗା, ନିମାପଡ଼ା, ନୂଆହାଟ, ଖୋର୍ଦ୍ଧା, ଜଙ୍କିଆ, କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼ ଅଞ୍ଚଳରୁ ନକଲି ମଦ ପ୍ରସ୍ତୁତ ହୋଇ ଭୁବନେଶ୍ୱରକୁ ଆସୁଛି।  ଏହାସହ ବିଭିନ୍ନ ବ୍ରାଣ୍ଡର ବୋତଲ, ନକଲି ସରକାରୀ ଲେବଲ ଓ ଷ୍ଟିକର ବିପୁଳ ପରିମାଣର ଷ୍ଟକ୍ ରଖନ୍ତି ମଦ ବେପାରୀ। ଖୋର୍ଦ୍ଧା ଓ କଟକ ଜିଲ୍ଲାର କିଛି ଜଙ୍ଗଲରେ ନକଲି ମଦ ତିଆରି ଚାଲିଛି।  ପ୍ୟାକିଂ କରାଯାଇ ଗଚ୍ଛିତ ରଖାଯାଉଛି।  ରାଜଧାନୀର ରବି ଟକିଜ୍, ମଞ୍ଚେଶ୍ବର, କଟକରୋଡ୍, ଫାଳିକିଆ ବଜାର, ୟୁନିଟ୍-୧. ୟୁନିଟ୍-୬, ଜାଗମରା, ବରମୁଣ୍ଡା, ପଳାଶୁଣୀ, ଚନ୍ଦ୍ରେଶଖରପୁର, ଇନଫୋସିଟି, ଏୟାରଫିଲ୍ଡ, ଉପକଣ୍ଠ ଧଉଳି, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ନନ୍ଦନକାନନ ଆଦି ଅଞ୍ଚଳରେ ବିପୁଳ ପରିମାଣର ନକଲି ମଦ କାରବାର ଚାଲିଛି।

  • Tags:

Subscribe

National International State Sports Entertainment