ସାଂଘାଇ: ଚୀନର ଏକ ସୁପରମାର୍କେଟରେ ସୋମବାର ରାତିରେ ଏକ ବଡ଼ଧରଣର ଛୁରାମାଡ଼ ହୋଇଛି। ସାଂଘାଇର ଏହି ସୁପରମାର୍କେଟରେ ଜଣେ ଛୁରୀଧାରୀ ବ୍ୟକ୍ତି ଅନେକ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।
ସ୍ଥାନୀୟ ପୁଲିସ କହିଛି ଯେ ଲିନ୍ ନାମକ ଏହି ୩୭ ବର୍ଷୀୟ ବନ୍ଧୁକଧାରୀଙ୍କୁ ସୋମବାର ରାତିରେ ସୁପରମାର୍କେଟରୁ ଗିରଫ କରାଯାଇଛି। ବ୍ୟକ୍ତିଗତ ଆର୍ଥିକ ବିବାଦକୁ କେନ୍ଦ୍ର କରି ରାଗରେ ବ୍ୟକ୍ତି ଜଣକ ଏହି ଆକ୍ରମଣ କରିଥିଲେ। ୧୮ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୫ ଜଣ ପ୍ରାଣଘାତୀ ଆହତ ହୋଇନାହାନ୍ତି।
ସୂଚନାଯୋଗ୍ୟ, ଚୀନରେ ଛୁରୀ ଆକ୍ରମଣ ଘଟଣା ବଢୁଛି। ଅତୀତରେ ସ୍କୁଲ ଉପରେ ଏଭଳି ଅନେକ ଆକ୍ରମଣ ହୋଇଛି। କେବଳ ଚୀନ ନୁହେଁ। ଛୁରାମାଡ଼ ଘଟଣା ଜାପାନରେ ମଧ୍ୟ ଦେଖିବାକୁ ମିଳୁଛି। ଗତ ସେପ୍ଟେମ୍ବର ମାସରେ ଜାପାନର ଦକ୍ଷିଣ ସହର ଶେନଜେନ୍ରେ ଜଣେ ଜାପାନୀ ସ୍କୁଲ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯିବା ପରେ ଟୋକିଓରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ଅଧିକ ପଢ଼ନ୍ତୁ: ଇସ୍ରାଏଲ୍ର ଗ୍ରାଉଣ୍ଡ ଅପରେସନ