ପଶ୍ଚିମବଙ୍ଗରୁ ଚୀନ ନାଗରିକ ଗିରଫ, ଲ୍ୟାପ୍‌ଟପ୍ ଓ ମୋବାଇ ସହ ଭାରତୀୟ ମୁଦ୍ରା ଜବତ
Khabar Odisha:International-Chinese-intruder-arrested-in-West-Bengals-Malda-laptop-mobile-phones-seized

ନୂଆଦିଲ୍ଲୀ, ଜୁନ ୧୧ (ଖବର ଓଡ଼ିଶା): ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନମାନେ ଗୁରୁବାର ଜଣେ ଚୀନ ନାଗରିକଙ୍କୁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଗିରଫ କରିଛନ୍ତି । ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ଏହି ଚୀନ ନାଗରିକକୁ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରୁ ଗିରଫ କରାଯାଇଥିବା ଜଣାଯାଇଛି । ସଂପୃକ୍ତ ଚୀନ ଯୁବକ ବେଆଇନ ଭାବେ ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । 

ବିଏସ୍‌ଏଫ ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୩୫ ବର୍ଷୀୟ ଚୀନ ଯୁବକ ଏକ କଳା ରଂଗର ପ୍ୟାଣ୍ଟ ସାର୍ଟ ଓ ଜୋତା ପିନ୍ଧିଥିଲା । ବିଏସ୍‌ଏଫର ଯବାନମାନେ ନିଜର ଅପରେଶନରେ ବାହାରି ଥିବା ବେଳେ ସକାଳ ୭ଟାରେ ସଂପୃକ୍ତ ଚୀନ ଯୁବକକୁ ଗିରଫ କରିଥିଲେ । ବିଏସ୍‌ଏଫ୍ ଯବାନଙ୍କୁ ଦେଖିବା ପରେ ଯୁବକ ଜଣକ ଦୌଡ଼ି ପଳାୟନ କରୁଥିଲା । କିନ୍ତୁ ଏଥିରେ ସେ ବିଫଳ ହେଲା । ଯମାନମାନେ ମୋହଦୀପୁର ଆଉଟ ପୋଷ୍ଟକୁ ଆଣି ଯୁବକକୁ ପଚରାଉଚରା କରୁଛନ୍ତି । 

ଚୀନ ଯୁବକ ଠାରୁ ଏକ ଚୀନ ପାସପୋର୍ଟ ମାଧ୍ୟମରେ ବାଂଲାଦେଶୀ ଭିସା, ଏକ ଲ୍ୟାପଟପ, ୩ଟି ମୋବାଇଲ ଫୋନ ଜବତ ହୋଇଛି । ସେହିପରି ଭାରତୀୟ ଓ ଚୀନ ମୁଦ୍ରା ମଧ୍ୟ ଜବତ ହୋଇଛି । ଯୁବକ ଜଣକ ଜୁନୱେଇ ହାନ୍ ଭାବେ ଚିହ୍ନଟ ହୋଇଛି । ଏନେଇ ତଦନ୍ତ ଚାଲିଥିବା ବିଏସ୍‌ଏଫର ଜଣେ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment