ବଡବିଲ ପୋଲିସକୁ ସଫଳତା, ଧରାପଡିଲା ମାଙ୍ଗାନିଜ ଚୋରା ଚାଲାଣକାରୀ ଗ୍ୟାଙ୍ଗ
Khabar Odisha:Illegal-Manganese-trafficking-gang-busted-by-Barbil-police
ଚମ୍ପୁଆ, ଜୁନ ୨୮ (ଖବର ଓଡିଶା);

 କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସକୁ ବଡ ସଫଳତା । ଏକ ମାଙ୍ଗାନିଜ ଚୋରା ଚାଲାଣକାରୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଡବିଲ ପୋଲିସ । ବଡ଼ବିଲ ଉପକଣ୍ଠରେ ଅବସ୍ଥିତ ଲସର୍ଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମାଙ୍ଗାନିଜ ଉତ୍ତୋଳନ କରି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିଲା ଏହି ଗ୍ୟାଙ୍ଗ । ଗତକାଲି ରାତିରେ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା ବଡ଼ବିଲ ପୋଲିସ, ଘଟଣାରେ ସମ୍ପୃକ୍ତ ୫ଜଣ ମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଏକ ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିବା ସହ ମାଫିଆ ମାନଙ୍କ ଦ୍ୱାରା ବ୍ୟବହୃତ ଏକ ବୋଲେରୋକୁ ଜବତ କରିଛି ପୋଲିସ । 


ଟ୍ରକରେ ପ୍ରାୟ ୨୦ ଟନ ମାଙ୍ଗାନିଜ ବୋଝେଇ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଗିରଫ ମାଫିଆ ମାନେ ହେଉଛନ୍ତି ଭେଟେରାନ ମାଫିଆ ଏମଡି ଫିରୋଜ, ଏମଡି ରଫିକ, ସୟୁମ ଅନସାରି, ବାଦଲ ପାତ୍ର ଓ କ୍ଷୀରୋଦ ବୁଲୁରି । ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ଖଣିଜ ଚୋରିର କେଶ ରହିଛି । ଅତ୍ୟନ୍ତ ସତର୍କତାର ସହ ଏମାନେ ଏହି ଚୋରା କାରବାର କରୁଥିଲେ ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସର ଅଧିକ ତଦନ୍ତ ଜାରୀ ରହିଛି ।

  • Tags:

Subscribe

National International State Sports Entertainment