୩ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା ଜବତ, ଚାରି ଗିରଫ
Khabar Odisha:Gold-and-silver-jewelry-worth-Rs-3-lakh-seized-four-arrested
କେନ୍ଦୁଝର, ଜୁଲାଇ ୩୦ (ଖବର ଓଡ଼ିଶା):

କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସକୁ ବଡ଼ ସଫଳତା । ଏକ ଚୋରି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଗହଣା ଜବତ କରିଛି ଯୋଡ଼ା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଯୋଡ଼ା ମୁଖାର୍ଜୀ ହଟିଂର ଆକାଶ ତନ୍ତୀ, ନେପାଳି ହଟିଂର ରୂପେଶ ନାଏକ ଓରଫ୍ ଟିପ୍‌ଲି, ଜାଇରା ହଟିଂ ଅଂଚଳର ଏମଡି ଛୋଟୁ ଓରଫ୍ ସାଜିଦ୍ ଏବଂ ଚୋରି ଜିନିଷ କିଣିଥିବା ଆଜାଦବସ୍ତି ଅଂଚଳର କାଳିଚରଣ ମାଝୀ ଓରଫ୍ କାଣ୍ଡେ । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି । ଜବତ ଜିନିଷ ମଧ୍ୟରେ ୨ଟା ସୁନାଚେନ, ଦୁଇଟି ସୁନା ମୁଦି, ତିନୋଟି ମଂଗଳସୁତ୍ର , ଗୋଟିଏ ହାତଘଂଟା , ଗୋଟିଏ ମୋବାଇଲ୍ ଫୋନ୍ ଇତ୍ୟାଦି ରହିଛି । 

ସୂଚନା ଅନୁଯାୟୀ, ଗତ ଜୁନ୍ ମାସ ୯ ତାରିଖ ବିଳମ୍ବିତ ରାତିରେ ବନେଇକଳା ବସ୍ତିର ପୁରୁଷତୋମ ବାରିକଙ୍କ ଘରେ ଭଡ଼ାରେ ରହୁଥିବା ସାବରମଲ ବର୍ମାଙ୍କ ଘରେ କଳାକନା ବୁଲାଇ ଛୁ ମାରିଥିଲେ ଏମାନେ । ସାବରମଲ ବର୍ମା ଓ ତାଙ୍କ ପତ୍ନୀ ଘରେ ଶୋଇଥିବାବାଳେ ଚାରି ଜଣ ଘରର ଝରକା ତାଡ଼ି ଭିତରେ ପଶିଥିଲେ ଏବଂ ଚତୁରତାର ସହିତ ଗହଣା ଓ ଟଙ୍କା ଭର୍ତ୍ତିଥିବା ସୁଟକେସ୍ ଓ ବ୍ୟାଗକୁ ନେଇ ଦୃବୃର୍ତମାନେ ଚମ୍ପଟ୍ ମାରିଥିଲେ । ତେବେ ସକାଳୁ ଉଠିବା ପରେ ସବୁକିଛି ଚୋରି ହୋଇଥିବା ଜାଣିବାକୁ ପାଇବା ପରେ ଏନେଇ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୫ ଲକ୍ଷ ୪୩ ହଜାର ଟଙ୍କାର ଗହଣା ଓ ନଗଦ ଚୋରି ହୋଇଥିବା ନେଇ ସେ ଦର୍ଶାଇଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

  • Tags:

Subscribe

National International State Sports Entertainment