କେନ୍ଦ୍ରାପଡ଼ା ଆଳି ନୂଆବଜାରରେ ଭୟାବହ ଅଗ୍ନିକାଣ୍ଡ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆଳି ବଜାରରେ ଥିବା ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା । ସକାଳୁ ସକାଳୁ ନୂଆବଜାରରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଦମକଳବାହିନୀକୁ ଖବର ଦେଇଥିଲେ । ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଦମକଳ ବାହିନୀଙ୍କ ମିଳିତ ଉଦ୍ୟମରେ ନିଆଁଲିଭା କାମ ଚାଲିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ତେବେ ସବୁକିିଛି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ । ସେପଟେ ଅଗ୍ନିକାଣ୍ଡରେ ପାଖ ଇଲେକ୍ଟ୍ରୋନିକ୍ସ ଦୋକାନୀ, କପଡ଼ା ଦୋକାନରେ ରଖିଥିବା ୩୦ଟି ଏଲଇଡି ଟିଭି ପୋଡ଼ି ପାଉଁଶ ହୋଇଯାଇଛି ।