ଭୁବନେଶ୍ଵର ପଦ୍ମକେଶପୁରରେ କ୍ରିକେଟ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା । ଉଭୟ ପକ୍ଷରୁ ୩୦ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ପଦ୍ମକେଶରପୁର ଗାଁରେ କ୍ରିକେଟ ଖେଳକୁ ନେଇ ଏକ ନମ୍ବର ଓ ତିନି ନମ୍ବର ୱାର୍ଡର ବାସିନ୍ଦାଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏପିରିକି ପୋଲିସ ଉପରକୁ ପଥର ମାଡ କରିଥିଲେ ଉଭୟ ପକ୍ଷ । ଏହି ସଂଘର୍ଷରେ ଉଭୟ ପକ୍ଷରୁ କାଚ ବୋତଲ, ପଥର ମାଡ଼ ହୋଇଥିଲା । ପଥରମାଡ଼ରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ପଦ୍ମକେଶରପୁର ଗାଁରେ ଉତ୍ତେଜନା ଲାଗି ରହିଥିଲା । ଶେଷରେ ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଦିନ ଦିପହରରେ ଗୁଳି ଦେଖାଇ ଚୋରି କଲେ ଲୁଟେରା