ବନ ବିଭାଗ ଦ୍ୱାରା ଚାରି ଶିକାରୀ ଗିରଫ ; ୨ ଦେଶୀ ବନ୍ଧୁକ, ୫ ଅଫୁଟା ଗୁଳି ଜବତ
Khabar Odisha:Four-poachers-arrested-by-forest-department-2-indigenous-guns-5-unexploded-ordnance-seized
ଦେବଗଡ଼, ମାର୍ଚ୍ଚ ୩୦ (ଖବର ଓଡ଼ିଶା):

ଦେବଗଡ଼ ବନାଞ୍ଚଳ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ ବିଭାଗର କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗ ପକ୍ଷରୁ ୪ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଚାରି ଜଣ ହେଉଛନ୍ତି ଦେବଗଡ଼ ପୌରାଞ୍ଚଳ ବାବୁସାହିର ନରେଶ ଚନ୍ଦ୍ର ରାୟ, ଭୂୟାଁ ସାହିର ସୁନିଲ ନାୟକ ଏବଂ କୁଶ ନାୟକ । ଏହା ସହିତ ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ୫ ଅଫୁଟା ଗୁଳି ଏବଂ ଟର୍ଚ୍ଚ ଲାଇଟ୍ ଜବତ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ ରେଂଜର ଦେବଦତ୍ତ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ କାର୍ତ୍ତିକେଶ୍ୱର ଦେହୁରୀଙ୍କ ନେତୃତ୍ୱରେ ପ୍ରଧାନପାଟ ପ୍ରୋଟେକ୍ସନ ସ୍କ୍ୱାଡଙ୍କ ସମେତ ବନ କର୍ମଚାରୀମାନେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କଇଦନ୍ତା ଜଙ୍ଗଲ ମଧ୍ୟରେ ଚାରି ଜଣ ବ୍ୟକ୍ତି କୁଲା ଶିକାର ପାଇଁ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଧରି ଜଙ୍ଗଲ ମଧ୍ୟକୁ ଯାଉଥିବା ସମୟରେ ବନ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ଥିବା ୨ଟି ଦେଶୀ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ଜବତ କରିଥିଲେ । ଅଭିଯୁକ୍ତମାନଙ୍କୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବା ବେଳେ ସେମାନେ ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ସ୍ୱୀକାର କରିଥିଲେ । ପରେ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment