ନକଲି ଭିଜିଲାନ୍ସ ଅଧିକାରୀ ଅଟକ
Khabar Odisha:Fake-vigilance-officer-arrested-in-Khurda
ଖୋର୍ଦ୍ଧା, ଅଗଷ୍ଟ ୦୮ (ଖବର ଓଡ଼ିଶା):

ସୁଟ୍ ବୁଟ୍ ଆଉ ଦାମୀ କାର୍ । କେହି ବି ସନ୍ଦେହ କରିବେ ନାହିଁ । ଚେହେରା ପ୍ରଫେସନାଲ୍ , କିନ୍ତୁ କାମ ଠକ ।ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଶିଶିଲୋ ଗ୍ରାମରେ । ଏହି ଗ୍ରାମର ଡମ୍ବରୁଧର ବିଶ୍ୱାଳଙ୍କ ଘରେ ପହଁଞ୍ଚିଥିଲା ଠକ ସ୍ମିତ୍ । ଡମ୍ୱରୁଧର ଜଣେ ଅବସର ପ୍ରାପ୍ତ ପ୍ରାଣୀଧନ ନିରିକ୍ଷକ । ନିଜକୁ ନାବାର୍ଡ ନିର୍ଦ୍ଦେଶକ ପରିଚୟ ଦେଇ ଡମ୍ବରୁଧରଙ୍କୁ ଧମକ ଦେଇ କାଗଜପତ୍ର ତଦାରଖ ପାଇଁ କହିଥିଲା । ମାତ୍ର ଠକ ସ୍ମିତ୍ ଜାଣି ନ ଥିଲା ଡମ୍ବରୁଧର ଅବସର ନେଇସାରିଥିଲେ । ସ୍ମିତକୁ ଅଟକ ରଖି ପୋଲିସ୍‌କୁ ଖବର ଦେଇଥିଲେ ଡମ୍ବରୁ । ବାଳକାଟି ଫାଣ୍ଡି ସ୍ମିତ୍‌କୁ ଅଟକ ରଖି ତଦନ୍ତ ଚଳାଉଛି । ସ୍ମିତ୍ ପାଂଚ ବର୍ଷ ପୂର୍ବେ ନିଜକୁ ଭିଜିଲାନ୍ସ ଅଫିସର କହି ଦୁଇ ହଜାର ଟଙ୍କା ଡମ୍ବରୁଧରଙ୍କ ଠାରୁ ଠକି ନେଇଥିଲେ ।

  • Tags:

Subscribe

National International State Sports Entertainment