ସହାରନପୁର: ଉତ୍ତରପ୍ରଶେର ସହାରନପୁରରେ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ପୂର୍ବତନ ଏମ୍ଏଲସି ହାଜି ଇକବାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କେନ୍ଦ୍ରୀୟ ସଂସ୍ଥା ପୂର୍ବତନ ଏମ୍ଏଲସିଙ୍କ ୪ ହଜାର କୋଟି ଟଙ୍କାର ଅଧିକ ମୂଲ୍ୟର ସଂପତ୍ତିକୁ ଆଟାଚ କରିଛି। ବିଶ୍ବବିଦ୍ୟାଳୟର ୪୪୪୦ କୋଟି ଟଙ୍କାର କୋଠାକୁ ଜବତ କରିଛି।
ଏଜେନ୍ସି ଅନୁସାରେ ମନି ଲଣ୍ଡ୍ରିଙ୍ଗ ମାମଲାରେ ଇକବାଲଙ୍କୁ ଏକ ଆଦେଶ ଜାରି ହୋଇଥିଲା। ଏହା ପରେ ୧୨୧ ଏକର ଜମି ଓ ଗ୍ଲୋକଲ ବିଶ୍ବବିଦ୍ୟାଳୟର କୋଠାକୁ ଜବତ କରିଛି। ଇଡି ଏକ ବୟାନରେ କହିଛି ଯେ, ଏହି ସଂପତ୍ତି ଅବଦୁଲ ୱହୀଦ ଏଜୁକେଶନାଲ ଆଣ୍ଡ ଚେରିଟେବୁଲ ଟ୍ରଷ୍ଟ ନାମରେ ରହିଛି। ଏହାରି ଉପରେ ମହମ୍ମଦ ଇକବାଲ ଓ ତାଙ୍କର ପରିବାରର ସଦସ୍ୟଙ୍କ ନିୟନ୍ତ୍ରଣ ଥିଲା।
ମହମ୍ମଦ ଇକବାଲ, ଟ୍ରଷ୍ଟ ଓ ତାଙ୍କର ପରିବାରର ସଦସ୍ୟଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବେଆଇନ ମାମଲା ସହିତ ଜଡ଼ିତ। ଇଡି ଅନୁସାରେ ପୂର୍ବତନ ଏମ୍ଏଲସି ଫେରାର ଅଛନ୍ତି। କୁହାଯାଉଛି ସେ ଦୁବାଇରେ ଅଛନ୍ତି। ମହମ୍ମଦ ଇକବାଲଙ୍କ ୪ ଜଣ ପୁଅ ଅଛନ୍ତି। ପୁଅ ଓ ଭାଇଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି, ଯେଉଁମାନେ ଜେଲରେ ଅଛନ୍ତି।