ଜିଏସଟି ଠକେଇ ଅଭିଯୋଗରେ ବ୍ୟବସାୟୀ ଗିରଫ
Khabar Odisha:Crime-state-Odisha-A-business-person-arrested-due-to-fraud-in-GST
କଟକ, ଅଗଷ୍ଟ ୦୮(ଖବର ଓଡ଼ିଶା):

ଜିଏସଟି ଠକେଇ ଅଭିଯୋଗରେ ଆଜି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେ ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇ ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବାରୁ ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି ।

ରାଜ୍ୟ ଜିଏସଟି କମିଶନ ନିର୍ଦ୍ଦେଶକ୍ରମେ ଆଜି ଲୁଧିଆନା ପୋଲିସ ଚଢାଉ କରି ଜିଏସଟି ଠକେଇ ଅଭିଯୋଗରେ ଜଣେ ଓଡ଼ିଶାର ବ୍ୟବସାୟୀଙ୍କୁ ଗିରଫ କରିଛି  । ଜଣେ ବ୍ୟବସାୟୀ ଦୀର୍ଘ ଦିନ ହେବ ଜିଏସଟି ଫାଙ୍କି ଆସୁଥିଲେ । ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ତୀର୍ଥଙ୍କର ପଟେଲଙ୍କୁ ଗିରଫ କରାଯାଇଛି । ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇଥିଲେ । ଛତିଶଗଡ଼ରୁ ଲୁହା କିଣି ପଞ୍ଜାବରେ ବିକ୍ରି କରିଥିବା ଦର୍ଶାଇଥିଲେ । କିନ୍ତୁ ସେ ପ୍ରକୃତରେ ମିଥ୍ୟା ରିପୋର୍ଟ ଦର୍ଶାଇ ଟିକସ ଫାଙ୍କି ଥିବାରୁ ଆଜି ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀର ଟିଟଲାଗଡ଼ରୁ ଗିରଫ କରିଛି । 

  • Tags:

Subscribe

National International State Sports Entertainment