କରୋନା ସଂକ୍ରମିତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ୨ ୱାର୍ଡ ବଏ ଚାକିରୀରୁ ବହିଷ୍କୃତ
Khabar Odisha:Crime-Ward-boy-attempts-to-strip-corona-infected-woman-in-Indore

ଇନ୍ଦୋର, ମେ ୦୬ (ଖବର ଓଡ଼ିଶା): ସମଗ୍ର ଦେଶ ସମେତ ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିଚାଲିଛି । ଲୋକଙ୍କୁ ଚିକିତ୍ସା ଠିକ ଭାବେ ମିଳିପାରୁ ନଥିବା ଅଭିଯୋଗ ହେଉଛି । ଫଳରେ କରୋନା ରୋଗୀଙ୍କ ଅସ୍ୱାଭାବିକ ମୃତ୍ୟୁ ହେଉଛି । ଏସବୁ ମଧ୍ୟରେ ହସ୍‌ପିଟାଲରେ ଭର୍ତ୍ତି କରୋନା ସଂକ୍ରମିତ ଯୁବତୀଙ୍କ ସହିତ ଅସଦାଚରଣ ଅଭିଯୋଗ ହୋଇଛି । ଇନ୍ଦୋରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଏଠାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କୁ ୨ ଜଣ ୱାର୍ଡ ବଏ ଅସଦାଚରଣ କରିଛନ୍ତି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ସଂଯୋଗିତା ଗଂଜ ଥାନା ଅଂଚଳରେ ଏକ ହସ୍ପିଟାଲରେ କରୋନା ସଂକ୍ରମିତ ଯୁବତୀଙ୍କୁ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ବିଳମ୍ବିତ ରାତି ୱାର୍ଡ ବଏ ସଫାଇ ଆଳରେ ରୁମ ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଯୁବତୀଙ୍କୁ ଏକା ଥିବାର ସୁଯୋଗ ନେଇ ଅସଦାଚରଣ କରିଥିଲେ । ସେହି ସମୟରେ ଯୁବତୀ ଜଣକ ପାଟି କରିବାରୁ ଅଭିଯୁକ୍ତ ୨ ଜଣ ଫେରାର ହୋଇଯାଇଥିଲେ ଏବଂ ଅନ୍ୟମାନେ ପହଂଚିଯାଇଥିଲେ । ପରେ ଯୁବତୀ ନିଜ ସଂପର୍କୀୟଙ୍କୁ ସବୁ କଥା କହିଥିଲେ । ମାମଲାକୁ ଗୁରୁତର ସହ ବିଚାରକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ୨ ୱାର୍ଡ ବଏଙ୍କୁ ଚାକିରୀରୁ ବାହାର କରିଦେଇଥିଲା । 

 

  • Tags:

Subscribe

National International State Sports Entertainment