କରୋନା ଚିକିତ୍ସା ବେଳେ ମେଡିକାଲ ଟିମ ଉପରେ ଆକ୍ରମଣ, ୧୭ ଗିରଫ
Khabar Odisha:Crime-Coronavirus-lockdown-Uttar-Pradesh-Moradabad-medical-team-attack-accused-arrested

ମୁରଦାବାଦ, ଏପ୍ରିଲ ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ମୁରଦାବାଦରେ କରୋନା ଚିକିତ୍ସା ସମୟରେ ମେଡିକାଲ ଟିମ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି, ଡ୍ରୋନ କ୍ୟାମେରା ସାହାଯ୍ୟରେ ଅଭିଯକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଘଟଣାସ୍ଥଳ ନିଟକରୁ ମହିଳା ଓ ପୁରୁଷ ଛାତ ଉପରୁ ପଥରମାଡ଼ କରୁଥିବା ଦେଖାଯାଇଛି । 

ଯୋଗୀ ଆଦିତ୍ୟନାଥ ପୁରା ଘଟଣାକ୍ରମ ଉପରେ ନଜର ରଖି ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ମୁରଦାବାଦରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ପଥରମାଡ଼ କରିଥିଲେ । ଘଟଣା ସମୟରେ ୨ ଜଣ କରୋନା ସନ୍ଦିଗ୍ଧଙ୍କୁ ମେଡିକାଲ ଟିମ ହସ୍ପିଟାଲ ନେଉଥିଲେ । 

 

  • Tags:

Subscribe

National International State Sports Entertainment