ସାହାରାନପୁର: କେନ୍ଦ୍ରୀୟ ଯୁଗ୍ମ ସଚିବ ଲଭ ଅଗ୍ରୱାଲଙ୍କ ଭାଇଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ
Khabar Odisha:Crime-UP-Saharanpur-central-joint-secretary-IAS-Luv-Aggarwal-brother-Ankur-Agarwal-suspicious-death

ସାହାରାନପୁର, ଜାନୁଆରୀ ୧୯ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ସାହାରାନପୁରରେ କେନ୍ଦ୍ରୀୟ ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ଆଇଏଏସ୍ ଲଭ ଅଗ୍ରୱାଲଙ୍କ ଭାଇ ଅଙ୍କୁର ଅଗ୍ରୱାଲଙ୍କ ସନ୍ଦିଗ୍ଧ ଅବସ୍ଥାରେ ଗୁଳିମାଡ଼ରେ ମୃତ୍ୟୁ ହୋଇଛି । ତାଙ୍କର ମୃତଦେହ ସାହାରାନପୁରର ପିଲଖନୀ ଅଂଚଳରୁ ଉଦ୍ଧାର କରାଯାଇଛି । 

ପୋଲିସ ସୂଚନା ଆଧାରରେ ଏକ ବଗିଚା ନିକଟରେ ଖେତରୁ ଅଙ୍କୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ଏକ ଲାଇସେନ୍ସ ପିସ୍ତଲ ମଧ୍ୟ ପଡିଥିଲା । ପୋଲିସ ଏହାକୁ ଜବତ କରିଛି । ମୃତକ ଅଙ୍କୁର ଅଗ୍ରୱାଲ ଜିଲ୍ଲାର ଜଣାଶୁଣା ସିଏ କେଜି ଅଗ୍ରୱାଲଙ୍କ ପୁତ୍ର ଥିଲେ । ଶବ ପଂଚନାମା ପରେ ଅଙ୍କୁର ଅଗ୍ରୱାଲଙ୍କ ମୃତଦେହ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଛି । 

ଏବେ ପୋଲିସ ଘଟଣା ସଂପର୍କରେ କିଛି ନକହି ତଦନ୍ତ ଜୋରଦାର କରିଦେଇଛି । ହାଇପ୍ରୋଫାଇଲ ହତ୍ୟାକାଣ୍ଡ ହୋଇଥିବାର ପୋଲିସ ନିଜ ହିସାବରେ ତଦନ୍ତ କରୁଛି । ଯେଉଁ ସ୍ଥାନରୁ ଅଙ୍କୁରଙ୍କ ମୃତଦେହ ଉଦ୍ଧାର ହୋଇଛି, ସାହାରାନପୁର ସେଠାରୁ ପ୍ରାୟ ୧୨ କିଲୋମିଟର ଦୂର । 

 

  • Tags:

Subscribe

National International State Sports Entertainment