ନମାଜ ପାଠ: ମସଜିଦ ପହଞ୍ଚିଥିଲେ ୧୦ ଜଣ, ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୋଲିସ
Khabar Odisha:Crime-In-UP-Bahraich-ten-people-came-mosque-to-offer-Friday-namaz-amid-Lockdown-police-lodged-FIR

ଲଖନଉ, ଏପ୍ରିଲ ୧୮ (ଖବର ଓଡ଼ିଶା): କରୋନ ଭାଇରସ ପାଇଁ ସମଗ୍ର ବିଶ୍ୱରେ ଲୋକେ ଚିନ୍ତିତ ଥିବା ବେଳେ ଉତ୍ତର ପ୍ରଦେଶର ବହରାଇଚ ଅଞ୍ଚଳରେ ୧୦ ଜଣ ଲୋକ ନମାଜ ପାଠ କରିବାକୁ ମସଜିଦ ପହଞ୍ଚି ଥିଲେ । କେସରଗଂଜର ବେରୀ ମହେଶପୁର ଗାଁରେ ଲକଡାଉନକୁ ଖାତିର ନକରି ୧୦ ଜଣ ଲୋକ ନମାଜ ପାଠ ପାଇଁ ମସଜିଦ ପହଞ୍ଚିଥିଲେ । ଏନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । 

ସୂଚନା ମିଳିବା ମାତେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତଙ୍କୁ ଗିରଫ କରି କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖିଛି । ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ବେରୀ ମହେଶପୁର ନିବାସୀ ଅବଦୁଲ ଅଲିମ, ମହମ୍ମଦ ୱାରିସ, ଶମଶୁଲ, ହନୀଫ, ମୁରାଦୀ, ଗୁଲାମ ୱାରିସ, ଅଜିତ, ଜାଫର, ସୁଲତାନ ଓ ହସରତ ଲକଡାଉନ ନିୟମ ଉଲଂଘନ କରି ମସଜିଦକୁ ନମାଜ ପାଠ କରିବାକୁ ଯାଇଥିଲେ । 

ପୋଲିସ ଏହି ମାମଲାରେ ମସଜିଦର ମୌଲବୀ ସମେତ ସମସ୍ତ ୧୦ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଥି ସହିତ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କ୍ୱାରେଣ୍ଟାଇନରେ ରଖି ସମସ୍ତଙ୍କ ସ୍ୱାବ ନମୁନାକୁ କୋଭିଡ-୧୯ ହସ୍ପିଟାଲକୁ ପଠାଇଛି । ଥାନା କେସରଗଂଜର ସିଓ ଜଙ୍ଗ ବାହାଦୂର ଯାଦବ କହିଛନ୍ତି, ଗିରଫ କରାଯାଇଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା ୧୮୮, ୨୬୯, ୨୭୦ ମହାମାରୀ ନିୟମ ଉଲଂଘନ ଧାରା ୩, ପ୍ରାକୃତିକ ବିପର୍ଯ୍ୟୟ ନିୟମ ଉଲଂଘନ ଧାରା ୫୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି । 

 

  • Tags:

Subscribe

National International State Sports Entertainment