ନୂଆଦିଲ୍ଲୀ, ଜୁନ୍ ୨୧ (ଖବର ଓଡ଼ିଶା): ପଂଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ପୁଣି ନୂଆ ଖୁଲାସା ହୋଇଛି । ପଂଜାବ ବ୍ୟତୀତ ଦିଲ୍ଲୀ ଓ ମହାରାଷ୍ଟ୍ରର ପୋଲିସ ମଧ୍ୟ ଶୁଟରଙ୍କୁ ଗିରଫ କରିବାକୁ ବଳ କଷିଥିଳେ । କିନ୍ତୁ ଦିଲ୍ଲୀ ପୋଲିସକୁ ସଫଳତା ମିଳିଥିଲା ଓ ସୋମବାର ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ୩ ଶୁଟରଙ୍କୁ ଗିରଫ କରିଛି ।
ଏବେ ପୋଲିସ ଜାଣିବାକୁ ପାଇଛି ଯେ, ଶୁଟରମାନେ ମୁସେୱାଲାଙ୍କୁ ଘରେ ପ୍ରବେଶ କରି ହତ୍ୟା କରିବାକୁ ଚାହୁଁଥିଲେ । ଏଥି ପାଇଁ ସେମାନେ ନକଲି ପୋଲିସ ବର୍ଦ୍ଦି ମଧ୍ୟ କିଣିଥିଲେ । ସୂଚନାଯୋଗ୍ୟ, ମୁସେୱାଲାଙ୍କ ପାଖାପାଖି ସବୁବେଳେ ସୁରକ୍ଷାକର୍ମୀ ମୁତୟନ ରହୁଥିଲେ । ଏଥି ପାଇଁ କାନାଡାରେ ବସି ଅପରେଶନ ଚଳାଉଥିବା ଗୋଲ୍ଡି ବରାଡ ପ୍ରିୟବ୍ରତକୁ ପୋଲିସର ବର୍ଦ୍ଦିରେ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା । ଶୁଟର ଯୋନନା କରୁଥିବା ସନ୍ଦୀପ କେକଡା ଗତ ମେ’ ମାସ ୨୯ ତାରିଖରେ ସିଦ୍ଧୁ ବିନା ସୁରକ୍ଷା କର୍ମୀରେ ବାହାରକୁ ଯାଇଥିବା ସୂଚନା ଦେଇଥିଲେ । ସେହିଦିନ ରାତିରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ଘଟଣା ଦିନ ମୁସେୱାଲ କାରରେ ଯାଉଥିଲେ ।