ଚେନ୍ନାଇ, ଅକ୍ଟୋବର ୦୩ (ଖବର ଓଡ଼ିଶା): ଲୋଭ ମଣିଷଙ୍କୁ ଖରାପ ରାସ୍ତାକୁ ନେଇଯାଇଥାଏ । ତାମିଲନାଡୁରେ ଜଣେ ସୁନା ଚାଲାଣକାରୀଙ୍କ କ୍ଷେତ୍ରରେ ଏହା ହୋଇଛି । ତାମିଲନାଡୁର ତ୍ରିଚୀ ବିମାନବନ୍ଦରରେ କଷ୍ଟମ ବିଭାଗ ବେଆଇନ ଭାବେ ସୁନା ଚାଲାଣ ନେଇ ଜଣେ ବ୍ୟକ୍ତିକୁ ଗିରଫ କରିଛି । ବିମାନର ଯାତ୍ରୀ ଜଣକ ବଡ଼ ଚତୁର ଭାବେ ସୁନା ଲୁଚେଇକି ରଖିଥିଲା । ସେ ଏହି ସନାକୁ ଅନ୍ତଃବସ୍ତ୍ର ଭିତରେ ରଖିଥିଲେ ବି କଷ୍ଟମ ବିଭାଗ ଆଗରୁ ଖସିପାରି ନଥିଲା ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ୟକ୍ତିଜଣକ ସିଙ୍ଗାପୁରରୁ ତ୍ରିଚୀ ଆସିଥିଲା । କିନ୍ତୁ କଷ୍ଟମ ବିଭାଗ ଚେକିଂ ସମୟରେ ତାକୁ ଧରିପକାଇଥିଲା । ତାଙ୍କ ନିକଟରେ ୨୪ କ୍ୟାରେଟର ୩୦୧ ଗ୍ରାମ ସୁନା ମିଳିଥିଲା । ଏହା ଭାରତୀୟ ବଜାରରେ ୧୫ ଲକ୍ଷ ୩୧ ହଜାର ଟଙ୍କା ହେବ । ଯଦିଓ ବ୍ୟକ୍ତି ଜଣକ ସୁନାକୁ ଲୁଚାଇ ରଖିଥିଲେ । କିନ୍ତୁ ସେ କଷ୍ଟମ ବିଭାଗର ଆଖି ଆଗରୁ ଖସିପାରି ନଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି ।