କଳାହାଣ୍ଡି ଟ୍ରିପଲ ମର୍ଡର ଘଟଣା: ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ୨ପୁଅଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ ବାପା
Khabar Odisha:Crime-Odisha-Kalahandi-tripple-murder-Mistery-Accused-confesses-to-killing-his-wife--two-children-over-adultery
ଭବାନୀପାଟଣା, ସେପ୍ଟେମ୍ବର ୧୦(ଖବର ଓଡ଼ିଶା):

କଳାହାଣ୍ଡି ସଦର ଥାନା ସିଂଝରଣ ଗାଁରେ  ଘଟିଥିବା ଟ୍ରିପଲ ମର୍ଡର ପର୍ଦ୍ଦାଫାସ ହୋଇଛି । ସ୍ତ୍ରୀ ଓ ୨ ଶିଶୁଙ୍କ ଗଳା କାଟି ମାରିବା ଘଟଣା ଅଭିଯୁକ୍ତ ବାପା ସ୍ୱୀକାର କରିଛି ।  

ପୋଲିସ ତଦନ୍ତ ଅନୁସାରେ, ସିଂଝରଣ ଗାଁରେ ଲିଙ୍ଗ ମାଝୀ ଓ ମୃତ ବିମଳା ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଅଲଗା ଅଲଗା ରହୁଥିଲେ । କିନ୍ତୁ ଗତକାଲି ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀ ବିମଳା ମାଝୀଙ୍କୁ  ହତ୍ୟା କରି ରେଳ ଲାଇନରେ ପକାଇ ଦେଇଥିଲେ । ଏହା ପରେ ଘରକୁ ଫେରି ନିଜର ୨ ଦୁଇ ପୁଅ ଦୁଷ୍ମନ୍ତ ଓ ରବିନ୍ଦ୍ରଙ୍କୁ ନୃଶଂସ ଭାବେ ଲିଙ୍ଗ ମାଝୀ ହତ୍ୟା କରିଥିବା ଖୋଦ ଅଭିଯୁକ୍ତ ନିଜେ ସ୍ୱୀକାର କରିଛନ୍ତି । ପରକୀୟା ପ୍ରୀତି ପାଇଁ ଏପରି ହତ୍ୟାକାଣ୍ଡ ଭିଆଇଥିବା ଲିଙ୍ଗ ମାଝୀ ପୋଲିସ ଆଗରେ କହିଛନ୍ତି । ଏନେଇ ପ୍ରେସମିଟରେ କଳାହାଣ୍ଡି ଏସପି ବ.ଗଙ୍ଗାଧର ସୂଚନା ଦେଇଛନ୍ତି । 

ଉଲ୍ଲେକଯୋଗ୍ୟ ଯେ, ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି ସଦର ଥାନା ସିଂଝରଣ ଗାଁରେ ଏକ ଘରୁ ଦୁଇ ଜଣ ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ରେଳ ଧାରଣାରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିଲା । ଦୁଇ ଶିଶୁଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ପୋଲିସ ତଦନ୍ତ ଆରମ୍ଭ କରିବା ପରେ ମୃତ ବିମଳା ମାଝୀଙ୍କ ସ୍ୱାମୀ ଲିଙ୍ଗ ମାଝୀଙ୍କୁ ଗିରଫ କରିଥିଲା ।

  • Tags:

Subscribe

National International State Sports Entertainment