ମଣ୍ଡୋଲୀରୁ ଏବେ ତିହାର ଜେଲକୁ ଯିବେ ହତ୍ୟା ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଳ କୁମାର!
Khabar Odisha:Crime-Murder-accused-wrestler-Sushil-Kumar-now-can-shift-from-Mandoli-to-Tihar-jail

ନୂଆଦିଲ୍ଲୀ, ଜୁନ ୦୯ (ଖବର ଓଡ଼ିଶା): ସାଗର ହତ୍ୟାକାଣ୍ଡ ଘଟଣାରେ ମଣ୍ଡୋଲୀ ଜେଲର ୧୫ ନମ୍ବରର ୧ ନମ୍ବର ସେଲରେ ଦିନ କାଟୁଥିବା ଅଲମ୍ପିକ ପଦକ ବିଜେତା ସୁଶୀଳ କୁମାର ଖୁବ ଶୀଘ୍ର ତିହାର ଜେଲକୁ ସ୍ଥାନାନ୍ତରିତ ହୋଇପାରନ୍ତି । ମାତ୍ର ମଣ୍ଡୋଲୀ ଜେଲରେ କୌଣସି ପ୍ରକାରର ବିପଦ ନାହିଁ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ତିହାର ଜେଲରେ ସେ ଆହୁରି ଅଧିକ ସୁରକ୍ଷିତ ରହିବେ । ସୂତ୍ର ଅନୁସାରେ ସୁଶୀଳ କୁମାରଙ୍କୁ ସ୍ଥାନାନ୍ତରିତ ନେଇ ବିଚାର ବିମର୍ଶ ଚାଲିଛି । ତାଙ୍କର ସଂଗରୋଧ ଅବଧି ଶେଷ ହେବା ପରେ ତାଙ୍କୁ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇପାରେ । କିନ୍ତୁ ତାଙ୍କର କୋଭିଡ ରିପୋର୍ଟ ପୂର୍ବରୁ ନେଗେଟିଭ ଆସିଛି ।

ଜେଲ ସୂତ୍ର ଅନୁସାରେ ବର୍ତ୍ତମାନ ସୁଶୀଳ ଜେଲ ୧୫ ନମ୍ବର ୱାର୍ଡ-୧ରେ ସେଲରେ ରହୁଛନ୍ତି । ସୁଶୀଳଙ୍କ ଅନ୍ୟ କୌଣସି ପ୍ରକାରର ବିପଦ ନ ଆସୁ ସେଥିପାଇଁ ଜେଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି । ସୁଶୀଳଙ୍କ ସୁରକ୍ଷା ପାଇଁ ତାମିଲନାଡୁ ସ୍ୱତନ୍ତ୍ର ପୋଲିସ ବ୍ୟତୀତ ସିଆରପିଏଫ ଯବାନ ମୁତୟନ ଅଛନ୍ତି । ମାତ୍ର ଜେଲରେ ଅନ୍ୟ କଏଦୀମାନଙ୍କୁ ମଧ୍ୟ ସମାନ ପ୍ରକାରର ସୁବିଧା ଦିଆଯାଉଛି । କିନ୍ତୁ ସୁଶୀଳଙ୍କୁ କିଛି ଗ୍ୟାଙ୍ଗଷ୍ଟର ଟାର୍ଗେଟ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାର ହେବା ପରେ ସ୍ଥାନାନ୍ତରିତ ନେଇ ଚିନ୍ତା କରାଯାଉଛି । 

 

  • Tags:

Subscribe

National International State Sports Entertainment