୬ ବର୍ଷୀୟ ଶିଶୁକନ୍ୟାକୁ ଛାଡ଼ଲାନି ମୌଲାନା! ଦୁଷ୍କର୍ମ ଅଭିଯୋଗରେ ଗିରଫ
Khabar Odisha:Crime-India-Sambhal-minor-girl-raped-by-religious-teacher-in-Uttar-Pradesh

ସମ୍ଭଲ, ଜୁଲାଇ ୨୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ସମ୍ଭଲରେ ଲଜ୍ଜା । ଏଠାରେ ଜଣେ ମୌଲାନା ୬ ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ମୌଲାନକୁ ଗିରଫ କରିଛି । ଶିଶୁକନ୍ୟାର ମା’ଙ୍କ ଅଭିଯୋଗ କ୍ରମେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଏକ ମସଜିଦରେ ମୌଲବୀ ଅଛନ୍ତି । ସେ ଶିଶୁକନ୍ୟାକୁ ମଙ୍ଗଳବାର ଦିନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ କହିବା ଅନୁସାରେ ଅଭିଯୁକ୍ତ ଶିଶୁକନ୍ୟାକୁ ପ୍ରଲୋଭନ ଦେଖାଇ ମସଜିଦ ନିକଟ ନିଜ ଘରକୁ ନେଇଯାଇଥିଲା । ସେଠାରେ ସେ ଘୃଣ୍ୟ କାମ କରିଥିଲା । 

ପୋଲିସ ଅଭିଯୋଗ ଅନୁଯାୟୀ ବୁଧବାର କାର୍ଯ୍ୟାନୁଷ୍ଠାନ ନେଇଛି । ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଶିଶୁକନ୍ୟାକୁ ଡାକ୍ତରୀ ପରୀକ୍ଷା କରିବା ପାଇଁ ପଠାଇଛି । ତେବେ ମେଡିକାଲ ରିପୋର୍ଟ ଆସିବାକୁ ପୋଲିସ ଓ ପୀଡିତା ପରିବାର ଅପେକ୍ଷା କରିଛନ୍ତି । 

ସମ୍ଭଲ ସିଓ ଜିତେନ୍ଦ୍ର କୁମାର କହିଛନ୍ତି ଯେ, ଜଣେ ମହିଳା ଅଭିଯୋଗରେ କହିଛନ୍ତି ଯେ, ତାଙ୍କର ଝିଅକୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି । ଏହି ମାମଲାରେ ଏଫଆଇଆର ରୁଜୁ ହୋଇଛି । ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ମେଡିକାଲ ପରୀକ୍ଷା ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । 

 

  • Tags:

Subscribe

National International State Sports Entertainment