ମେରଠ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଉତ୍ତରାଖଣ୍ଡର ଋଷିକେଶରେ ହୋଇଥିବା ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ଯୋଡ଼ିହୋଇଯାଉଛି । ଏହି ମାମଲାରେ ୩ ଅଭିଯୁକ୍ତ ଜେଲରେ ଅଛନ୍ତି । ଏହି ଘଟଣା ଉତ୍ତରାଖଣ୍ଡର ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ କାରନାମାକୁ ଖୋଲିଦେଇଛି । ମେରଠ ନିବାସୀ ତଥା ରିସର୍ଟର ପୂର୍ବତନ କର୍ମଚାରୀ ଜଣେ ଯୁବତୀ ଏଠାରେ ହେଉଥିବା କାମକୁ ଖୁଲାସା କରିଛନ୍ତି ।
ଯୁବତୀ ଜଣକ କହିଛନ୍ତି ଯେ, ରିସର୍ଟକୁ ଝିଅମାନେ ଆସନ୍ତି ଏବଂ ସେମାନଙ୍କର କୌଣସି ରେକର୍ଡ ରଖାଯାଏ ନାହିଁ । ପୁଲକିତ ରିସର୍ଟରେ ମହିଳା କର୍ମଚାରୀଙ୍କ ସହିତ ଖରାପ କାମ କରିଥାଏ । ସେ ନିଶାଶକ୍ତ ଅବସ୍ଥାରେ ଗାଳିଗୁଳଜ ମଧ୍ୟ କରିଥାଏ । ଯେଉଁମାନେ ଅସନ୍ତୁଷ୍ଟ ହୋଇ ଚାକିରି ଛାଡ଼ିବାକୁ ଚାହାଁନ୍ତି, ସେମାନଙ୍କୁ ଦରମା ଦିଆଯାଏ ନାହିଁ ।
ଅଙ୍କିତାଙ୍କ ପୂର୍ବରୁ ସେଠାରେ କାମ କରିଥିବା ଯୁବତୀଙ୍କ କହିବା ଅନୁସାରେ ସେ ଏକ ମାସ ପୂର୍ବରୁ ସେଠାକାର ଲୋକଙ୍କର ଖରାପ ବ୍ୟବହାର ପାଇଁ ଚାକିରି ଛାଡ଼ି ଦେଇଥିଲେ । ରିସର୍ଟରେ ଝିଅମାନଙ୍କ ସହିତ ଭଲ ବ୍ୟବହାର ଦେଖାଯାଏ ନାହିଁ । ବାହାରରୁ ଆସୁଥିବା ଝିଅମାନଙ୍କୁ ରିସର୍ଟରେ ପ୍ରବେଶ ଦିଆଯାଏ ନାହିଁ । ଏହା ବ୍ୟତୀତ ଝିଅମାନଙ୍କୁ ରିସର୍ଟ ଆଣିବା ପର୍ଯ୍ୟନ୍ତ ଦାୟିତ୍ୱ ଅଙ୍କିତ ଆର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିଲା ।