ନକଲି ଆପ୍ ସିଣ୍ଡିକେଟ୍ ପରିଚାଳନା କରୁଥିଲେ ଚୀନ ନାଗରିକ, ୧୫୦ କୋଟି ଠକେଇ, ୧୧ ଗିରଫ
Khabar Odisha:Crime-Delhi-police-busted-Chinese-gang-syndicate-arrested-11-accused-in-the-fraud-of-150-crores

ନୂଆଦିଲ୍ଲୀ, ଜୁନ ୧୦ (ଖବର ଓଡ଼ିଶା): ଦିଲ୍ଲୀ ପୋଲିସର ସାଇବର ସେଲ୍ ଚୀନ ନାଗରିକଙ୍କ ଏକ ଗ୍ୟାଙ୍ଗକୁ ଗିରଫ କରିଛି । ଏମାନେ ନକଲି ଆପ୍‌ସ ମାଧ୍ୟମରେ ୧୫୦ କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏମାନେ ଡାଟା ଚୋରିକରି ପାୱାର ବ୍ୟାଙ୍କ, ସନ୍‌ଫ୍ୟାକ୍ଟ୍ରି ଓ ଇଜପ୍ଲାନ ଭଳି ନକଲି ପୁଂଜିନିବେଶ ଆପ୍ ମାଧ୍ୟମରେ ୫ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଠକିଛନ୍ତି । ପୋଲିସ ଏହି ମାମଲାରେ ୨ ଜଣ ଚାଟାର୍ଡ ଆକାଉଣ୍ଟଟେଣ୍ଟ ସମେତ ୧୧ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ୨ ମାସ ମଧ୍ୟରେ ୧୫୦ କୋଟି ଟଙ୍କା ଠକିଛନ୍ତି । ପୋଲିସ କହିବା ଅନୁସାରେ ଅଭିଯୁକ୍ତମାନେ ମୋବାଇଲ ଆପ୍‌ସରେ ରାଶି ନିବେଶ ଲୋଭ ଦେଖାଇ ରିଟର୍ଣ୍ଣ ଦେବା ପ୍ରତିଶ୍ରୁତି ଦେଇ କଳାକାରନାମା କରୁଥିଲେ । 

ସାଇବର ସେଲର ଡିସିପି ଅନ୍ୱେ୍ୟଶ ରାୟ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ୨ଟି ମୋବାଇଲ ଆପ୍‌ସ-ପାୱାର ବ୍ୟାଙ୍କ ଓ ଇଜେଡ ପ୍ଲାନ ସଂପର୍କରେ ଦେଶବ୍ୟାପୀ ଅଭିଯୋଗ କରୁଥିଲେ । ଏହି ଆପଗୁଡ଼ିକ ରାଶି ନିବେଶରେ ଆକର୍ଷଣୀୟ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଉଥିଲା । ସେ କହିଛନ୍ତି ଯେ, ପାୱାର ବ୍ୟାଙ୍କ ଆପ ନିଜକୁ ବାଙ୍ଗାଲୁରୁର କହୁଥିବା ବେଳେ ଏହାର ସର୍ଭର ଚୀନରୁ ମିଳିଛି । 

 

  • Tags:

Subscribe

National International State Sports Entertainment