ଦିଲ୍ଲୀ: ୧୦୦ ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କଲେ ଦଂପତ୍ତି, ମହିଳା ଗିରଫ, ସ୍ୱାମୀ ଫେରାର
Khabar Odisha:Crime-Delhi-money-Couple-killed-man-for-100-rupees-in-New-Delhi

ନୂଆଦିଲ୍ଲୀ, ମେ ୧୭ (ଖବର ଓଡ଼ିଶା): ଦିଲ୍ଲୀରେ ମାତ୍ର ୧୦୦ ଟଙ୍କାକୁ ନେଇ ଏକ ଦଂପତ୍ତି ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରିଛନ୍ତି । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମହିଳା ରେଶମାକୁ ଗିରଫ କରିଛି । କିନ୍ତୁ ରେଶମାର ପତି ଜିତେନ୍ଦ୍ର ଫେରାର ଅଛି । ପୋଲିସ କହିଛି ଯେ, ମୃତକ ହେଲେ ଅଜିତ । ସେ ମୋଗଲପୁରୀରେ ରହୁଥିଲେ । ପୋଲିସକୁ ରବିବାର ଅପରାହ୍ନରେ ପ୍ରାୟ ୩ଟାରେ ଘଟଣା ସଂପର୍କରେ ସୂଚନା ମିଳିଥିଲା । 

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଅଜିତକୁ ଜିତେନ୍ଦ୍ର ୧୦୦ ଟଙ୍କା ଦେଇ ଦେବା ପାଇଁ କହିଥିଲା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଜିତ ଅଭିଯୁକ୍ତକୁ ମାଡ଼ମାରିଥିଲେ ଏବଂ ଟଙ୍କା ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ ।

ପୋଲିସ କହିଛି ଯେ, ଜିତେନ୍ଦ୍ର ଘରକୁ ଗଲା ଏବଂ ଏକ ସାଥୀରେ ଛୁରୀ ନେଇ ଆସିଥିଲା । ତା’ ସହିତ ପତ୍ନୀ ରେଶମା ମଧ୍ୟ ଉପସ୍ଥିତ ଥିଲା । ସେ ଅଜିତ ଉପରେ ଛୁରୀରେ ଆକ୍ରମଣ କଲା ଏବଂ ସେଠାରୁ ଫେରାର ହୋଇଯାଇଥିଲା । ଅତ୍ୟଧିକ ରକ୍ତ ପ୍ରବାହିତ ହୋଇ ଅଜିତର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତ ଜିତେନ୍ଦ୍ରକୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରଖିଛି । 

 

  • Tags:

Subscribe

National International State Sports Entertainment