ଭଉଣୀ ଗାଧୋଉଥିବା ବେଳେ ଭିଡିଓ ପ୍ରସ୍ତୁତ କରିଥିଲା ସାଙ୍ଗ, କୁରାଢ଼ିରେ ହାଣିଲା ଭାଇ
Khabar Odisha:Crime-Brother-killed-youth-to-make-video-of-girl-taking-bath-in-Kanpur

କାନପୁର, ଜୁନ୍ ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଅଘଟଣ ଘଟିଛି । ଏଠାରେ ଜଣେ ଯୁବତୀ ଗାଧୋଉଥିବା ସମୟରେ ଜନ୍ମଦିନ ପାଇଁ ଆସିଥିବା ସାଙ୍ଗ ଭିଡିଓ ପ୍ରସ୍ତୁତ କରି ମୃତ୍ୟୁର ଶିକାର ହୋଇଛି । କାରଣ ଯୁବତୀଙ୍କ ଭାଇ ଅଭିଯୁକ୍ତ ଭିଡିଓ ଉତ୍ତୋଳନକାରୀ ଯୁବକଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି । ଅଭିଯୁକ୍ତ ଯୁବକ ଭିଡିଓ ଭାଇରାଲ କରିବାର ଧମକ ଦେଇ ଯୁବତୀର ଭାଇକୁ ଧମକ ଦେଉଥିଲା । ପୋଲିସ ହତ୍ୟାରେ ସାମିଲ ୨ ଅଭିଯୁକ୍ତକୁ ଗିରଫ କରିଛି । 

କାନପୁରର ଚୌବେପୁର ଅଞ୍ଚଳରେ ବୁଧବାର ସକାଳୁ ତାରାଚାନ୍ଦ ନାମକ ଜଣେ ଯୁବକଙ୍କ ମୃତଦେହ ବିଲ ଭିତରୁ ଉଦ୍ଧାର ହୋଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତକ ମହାରାଜପୁର ନିବାସୀ । ଦିନକ ପୂର୍ବରୁ ସେ ଚୌବେପୁର ନିବାସୀ ହର୍ଷିତଙ୍କ ସହିତ ଦେଖାଯାଇଥିଲା । ପୋଲିସ ହର୍ଷିତକୁ ପଚରାଉଚରା ପରେ ଗିରଫ କରିଛି । ସେହିପରି ହତ୍ୟା ଅଭିଯୋଗରେ ତାର ସାଙ୍ଗ ଶୋଭିତକୁ ମଧ୍ୟ ଗିରଫ କରିଛି । 

ହର୍ଷିତ ପୋଲିସକୁ କହିଛି ଯେ, କିଛି ଦିନ ପୂର୍ବରୁ ମୋର ଜନ୍ମଦିନ ଥିଲା । ତାରାଚାନ୍ଦ ମୋର ସଂପର୍କୀୟ ଥିଲା । ଏଥି ପାଇଁ ତାକୁ ମଧ୍ୟ ଡାକିଥିଲି । ଜନ୍ମଦିନ ପାଳନ ପରେ ତାରାଚାନ୍ଦ ମୋର ଭଉଣୀ ଗାଧୋଉଥିବା ବେଳେ ଭିଡିଓ ପ୍ରସ୍ତୁତ କରିଦେଇଥିଲା । ସେ ଭିଡିଓ ଡିଲିଟ କରିବା ପାଇଁ ଟଙ୍କା ମାଗିଥିଲା । ଭଉଣୀର ଭିଡିଓ ଦେଖି ମୋର ରକ୍ତ ଗରମ ହୋଇଯାଇଥିଲା । ମୁଁ ପ୍ରଥମେ ୨୦୦ ଟଙ୍କାରେ ଏକ କୁରାଢ଼ି କିଣିଥିଲି । ଏହା ପରେ ତାରାଚାନ୍ଦକୁ ମଦ ପିଇବାକୁ ଦେଇଥିଲି । ମଙ୍ଗଳବାର ହନୁମାନ ମନ୍ଦିରରେ ଉତ୍ସବ ଥିଲା । ତାକୁ ମନ୍ଦିର ବୁଲାଇବା ବାହାନାରେ ଡାକିଥିଲି । ଏହା ପରେ ସାଙ୍ଗ ଶୋଭିତ ସହିତ ମିଶି ହତ୍ୟା କରିଥିଲି । 

 

  • Tags:

Subscribe

National International State Sports Entertainment