ରେମଡେସିଭିର ଇଂଜେକଶନ୍‌ର କଳାବଜାରୀ, ନର୍ସଙ୍କ ସମେତ ୩ ଗିରଫ
Khabar Odisha:Crime-A-nurse--2-lab-technicians-of-a-medical-college-in-Shahdol-arrested

ଭୋପାଳ, ମେ ୧୨ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀ ସମୟରେ ଲୋକଙ୍କର ଜୀବନ ବଂଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ଲାଗିପଡ଼ିଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଚୋରୀ, ଡକାୟତି ଏବଂ ଅନ୍ୟ ହିଂସାତ୍ମକ କାମରେ ବ୍ୟସ୍ତ ରହୁଛନ୍ତି । ମଧ୍ୟପ୍ରଦେଶରେ ରେମଡେସିଭିର ଇଂଜେକଶନର କଳାବଜାରୀ ଅଭିଯୋଗରେ ଜଣେ ନର୍ସଙ୍କ ସମେତ ୩ ଜଣ ଗିରଫ ହୋଇଛନ୍ତି । 

ପୋଲିସ କହିଛି ଯେ, ସେହଡୋଲରେ ଏକ ମେଡିକାଲ କଲେଜର ଜଣେ ନର୍ସ ଓ ୨ ଜଣ ଲ୍ୟାବ ଟେକନିଆନକୁ ଗିରଫ କରାଯାଇଛି । ଏହି ୩ ଜଣ ରେମଡେସିଭିର ଇଂଜେକଶନ କଳାବଜାରୀ କରୁଥିଲେ । ପୋଲିସ ସେମାନଙ୍କର ଠାରୁ ୬ଟି ଇଂଜେକଶନ, ମୋବାଇଲ ଫୋନ ଏବଂ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି । 

 

  • Tags:

Subscribe

National International State Sports Entertainment